ମଦ ଦୋକାନା ଆଗରେ ନାହିଁନଥିବା ଭିଡ଼ , ରାଜଧାନୀରେ ଖୁଲମଖୁଲା ଚାଲିଛି ଅଫଲାଇନ ମଦ ବିକ୍ରି
ଭୁବନେଶ୍ୱର :-ରାଜଧାନୀରେ ଖୁଲମଖୁଲା ଚାଲିଛି ଅଫଲାଇନ ମଦ ବିକ୍ରି । ସରକାର ଗତ କାଲି ଠାରୁ ଅନଲାଇନରେ ମଦ ବିକ୍ରି ପାଇଁ ବ୍ୟବସ୍ଥା କରିଥିଲେ ମଧ୍ୟ ଏହାକୁ ଖୋଲା ଉଲଂଘନ କରାଯାଇଛି । ଆଜି ଭୁବନେଶ୍ୱରର ମଦ କାଉଁଟର ଗୁଡିକରେ ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ । ଅନଲାଇନ ପାଇଁ ମଦ ବିକ୍ରି କରିବାକୁ କାଉଁଟର ଖୋଲିବାକୁ ଦୋକାନ ଖୋଲିବା ସମୟରେ ଏପରି ଭିଡ ରହିଥିଲା । ଏହାକୁ ଦେଖି ବାପୁଜୀ ନଗର ଓ ପୁରୁଣା ଷ୍ଟେସନ ବଜାର ଅଂଚଳରେ ମଦ ଦୋକାନକୁ ବନ୍ଦ କରିଥିଲା ପୋଲିସ । ତେବେ କ୍ୟାମେରା ଦେଖିବା ମାତ୍ରେ ଲୋକେ ମଦ କାଉଁଟର ଆଗରୁ ଦୌଡି ପଳାଉଥିବା ଦେଖିବାକୁ ମିଳିଛି । ଆଜିଠାରୁ କଟକରେ ଆରମ୍ଭ ହେବ ଅନଲାଇନ୍ ମଦ ବିକ୍ରି । ହୋମ ଡେଲିଭରୀ ପାଇଁ ମନା କରୁଥିବା କଟକ ମଦ ବ୍ୟବସାୟୀ ସଂଘ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ଶେଷରେ ଅନ୍ ଲାଇନ୍ ମଦ ବିକ୍ରି ପାଇଁ ରାଜି ହୋଇଛି । ସକାଳ ୭ଟାରୁ ଗୋଟାଏ ଯାଏ ଅନଲାଇନରେ ବୁକିଂ ହେବ ଏବଂ ପରେ ସନ୍ଧ୍ୟା ୬ଟା ଯାଏ ଡେଲିଭରି ଦିଆଯିବ । ନିଜ ଡେଲିଭରି ବୟ ମାଧ୍ୟମରେ ମଦ ବିକ୍ରି କରିବେ ବ୍ୟବସାୟୀ ।ଅନଲାଇନରେ ମଦ ଦେବା କଷ୍ଟକର ବୋଲି ପୂର୍ବରୁ ମଦ ଦୋକାନୀ ମାଲିକ ସଂଘ ମତ ରଖିଥିଲା ଏବଂ ଅବକାରୀ ବିଭାଗକୁ ଜଣାଇଥିଲା ଯେ ସେମାନେ ଅନଲାଇନରେ ବ୍ୟବସ୍ଥାରେ ସାମିଲ ହେବେ ନାହିଁ । ଦୋକାନ ଯେମିତି ବନ୍ଦ ଥିଲା ଆଗକୁ ସେମିତି ବନ୍ଦ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା । କିନ୍ତୁ କଟକ ଜିଲ୍ଲାପାଳ, ଅବକାରୀ ଅଧିକ୍ଷକ ଓ ମଦ ଦୋକାନ ମାଲିକ ସଂଘ ମଧ୍ୟରେ ବୈଠକ ପରେ ଅନ୍ଲାଇନ୍ ବିକ୍ରି ପାଇଁ ରାଜି ହୋଇଛନ୍ତି ବ୍ୟବସାୟୀ । ମିଳିଥିବା ସୂଚନା ଅନୁସାରେ ମଦ ଦୋକାନ ଆଗରେ ପୋଲିସ ସୁରକ୍ଷା ଦେବାକୁ ରାଜି ହେବା ପରେ ମଦ ବଦଳାଇଛନ୍ତି କଟକର ମଦ ବ୍ୟବସାୟୀ ।