କୁଲଗାମ୍‌ରେ ଏନ୍‌କାଉଣ୍ଟର : ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଆତଙ୍କୀ ନିହତ,

ଶ୍ରୀନଗର:-ଜାମ୍ମୁ-କାଶ୍ମୀରର କୁଲଗାମରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନମୟ ଜାରି ରହିଛି । ଏନ୍‌କାଉଣ୍ଟରରେ ଦୁଇ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । ଏହି ଅପରେସନରେ ସେନା ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ସାମିଲ ଥିଲେ । ଏନ୍‌କାଉଣ୍ଟର ସମୟରେ କୌଣସି ମିଥ୍ୟ ପ୍ରଚାର  ଗୁଜବ ହେବା ନେଇ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ୍‌ ସେବା ଉପରେ କଟକଣା ଜାରି କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ମୋବାଇଲ୍‌ ଇଣ୍ଟରନେଟ ସେବା ଉପରେ ଅସ୍ଥାୟୀ ଭାବେ ରୋକ ଲଗାଯାଇଛି ।

ସୂଚନାଯୋଗ୍ୟ ଯେ, କୁଲଗାମ ଜିଲ୍ଲାର ଦମହଲ ହାଜିପୋରା ଅଞ୍ଚଳର ଖୁର ଗ୍ରାମରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଗୋଇନ୍ଦା ତଥ୍ୟ ସୁରକ୍ଷାକର୍ମୀଙ୍କୁ ମିଳିଥିଲା । ସୂଚନା ମିଳିବା ମାତ୍ରେ ସେନା ସ୍ଥାନୀୟ ପୋଲିସ ସହାୟତାରେ ପୂରା ଅଞ୍ଚଳକୁ ଘେରି ଯାଇଥିଲା । ସୁରକ୍ଷାକର୍ମୀ ଘେରିବା ଦେଖି ଆତଙ୍କବାଦୀମାନେ ଗୁଳି ଚାଳନା ଆରମ୍ଭ କରିଥିଲେ ।  ସୁରକ୍ଷାକର୍ମୀ ଓ ପୋଲିସ ଆକ୍ରମଣର ଦୃଢ ଜବାବ ଦେଇଥିଲେ ।  ଆତଙ୍କବାଦୀଙ୍କ ଭିତରେ ସକାଳେ ସଂଘର୍ଷ ଆରମ୍ଭ ହୋଇଥିଲା ।  ଏହି ଏନ୍‌କାଉଣ୍ଟରେ  ୨ ଆତଙ୍କୀ ନିହତ ହୋଇଥିଲେ।

Leave a Reply

Your email address will not be published. Required fields are marked *