ହସ୍ପିଟାଲ ICUରେ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ !
ବିଳାସପୁର- ଛତିଶଗଡ଼ ବିଳାସପୁରରେ ଏକ ପ୍ରାଇଭେଟ୍ ହସ୍ପିଟାଲରେ ଦୁଷ୍କର୍ମ ମାମଲା । ସେଠାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ଇଞ୍ଜିନିୟରିଂର ଛାତ୍ରୀଙ୍କ ସହ ୨ ୱାର୍ଡ ବୟ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ପିତା ଏହି ଅଭିଯୋଗ କରି ପୁଲିସ୍ରେ ଏତଲା ଦେଇଛନ୍ତି । ଅଭିଯୋଗରେ କହିଛନ୍ତି କି , ହସ୍ପିଟାଲ କର୍ତ୍ତୃପକ୍ଷ ମାମଲାକୁ ଚାପି ଦେବା ପାଇଁ ଚେଷ୍ଟା କରୁଛନ୍ତି । ଏହି ଘଟଣା ୨୧ ମେ’ରେ ଘଟିଛି । ରବିବାର ଦିନ ଏଫଆଇଆର୍ ଦାଖଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିଜ ଜୀବନ ବିପଦରେ ଥିବା ପୀଡ଼ିତାଙ୍କ ପିତା କହିଛନ୍ତି ।
ସୂଚନା ମୁତାବକ , ହସ୍ପିଟାଲ୍ ଆଇସିୟୁ ୱାର୍ଡରେ ଭର୍ତ୍ତି ହୋଇଥିବା ପୀଡ଼ିତା ନିଜ ହାତରେ ଅଭିଯୋଗ ପତ୍ର ଲେଖି ଦେଇଛନ୍ତି । ଏହାପରେ ତାଙ୍କ ବାପା ପୁଲିସ୍ରେ ନେଇ ଏହି ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଏହି ହସ୍ପିଟାଲଟି ବିଳାସପୁର ର ନେହେରୁ ନଗର ଅଞ୍ଚଳରେ ଅଛି । କୁହାଯାଉଛି କି , ପୀଡ଼ିତା ଇଞ୍ଜିନିୟରିଂର ଛାତ୍ରୀ ଏବଂ ସେ ବିଳାସପୁର ସହର ପାଖ ଏକ ସହରରେ ରୁହନ୍ତି ।
ମିଡ଼ିଆ ରିପୋର୍ଟ ମୁତାବକ, ପୀଡ଼ିତାଙ୍କୁ ତାଙ୍କ ମାଆ ଘରେ ଚାହା ପିଇବାକୁ ଦେଇଥିଲେ । ଏହାପରେ ମୁହଁରୁ ଫେଣ ବାହାରିବାକୁ ଲାଗିଥିଲା । , ସେତେବେଳେ ସେ କହିଥିଲେ କି କିଛି ଔଷଧ ନେଇଥିଲେ । ଯାହାର ରିଆକ୍ସନ ହୋଇଥିଲା । ପରିବାରର ଲୋକ ପ୍ରଥମେ ତାଙ୍କୁ ସିମ୍ସ ନେଇ ଯାଇଥିଲେ , ସେଠାରୁ ପରେ ପ୍ରାଇଭେଟ୍ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ପୀଡ଼ିତାଙ୍କର ସ୍ୱାସ୍ଥ୍ୟରେ ସୁଧାର ହେଉଥିଲା ।
ପୀଡ଼ିତାଙ୍କ ପିତାଙ୍କ କହିବାନୁସାରେ ଏହି ଘଟଣା ୨୧ ମେ ରାତିରେ ହୋଇଛି । ୨୨ ମେ‘ରେ ଆଇସିୟୁରେ ଝିଅ ମୋତେ ଦୁଷ୍କର୍ମ ବିଷୟରେ ଇସାରା ଦେଇ କିଛି କହୁଥିଲା । ମୁଁ ବୁଝିପାରିନଥିଲି । ସେ କାଗଜ କଲମ ମାଗି ସେଥିରେ ସବୁ ଲେଖିଥିଲା । ୨ଜଣ ୱର୍ଡ ବୟ ବେହୋସ୍ ଇଜେକ୍ସନ ଦେଇ ତାଙ୍କୁ ଦୁଷ୍କର୍ମ କରିଛନ୍ତି । ହୋସ୍ରେ ଆସିବା ପରେ ଘଟଣାର ସବୁ ପୁରା ସୂଚନା ଦେଇଛି ।