ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଧାନୀର ଏହିସବୁ ପାର୍କ

ଭୁବନେଶ୍ୱର: ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ରାଜଧାନୀର କିଛି ପ୍ରମୁଖ ପାର୍କ ଖୋଲିଛି। ପରୀକ୍ଷାମୂଳକ ଭାବେ ଏହି ପାର୍କ ଗୁଡ଼ିକୁ ବିଏମ୍‌ସି ପକ୍ଷରୁ ଖୋଲା ଯାଇଛି। ଆଇଜି, ଫରେଷ୍ଟ ଓ ବୁଦ୍ଧ ପାର୍କ ସକାଳ ୭ରୁ ଦିନ ୧୦ ଯାଏ ଖୋଲା ରହିବ। ସେହିଭଳି ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏ ପାର୍କ ଖୋଲା ରହିବ।

ପାର୍କ ଖୋଲା ଯାଇଥିଲେ ମଧ୍ୟ କିଛି କଟକଣା ଜାରି କରାଯାଇଛି। ପାର୍କକୁ ଯାଉଥିବା ଲୋକମାନେ ସାମାଜିକ ଦୂରତ୍ୱ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ପାର୍କରେ ଛେପ ପକାଇବା, ବ୍ୟାୟାମ ଉପକରଣ ବ୍ୟବହାର କରିବା ଉପରେ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବିଡିଏ କର୍ତ୍ତୃପକ୍ଷ କହିଛନ୍ତି।ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ପରୀକ୍ଷାମୂଳକ ଭାବେ ଆଇଜି, ଫରେଷ୍ଟ ଓ ବୁଦ୍ଧ ପାର୍କ ଖୋଲିଲା; ସକାଳ ୭ରୁ ଦିନ ୧୦, ଅପରାହ୍ନ ୪ରୁ ସନ୍ଧ୍ୟା ୬ ଯାଏ ପାର୍କ ଖୋଲା, ପାର୍କରେ ସାମାଜିକ ଦୂରତ୍ୱ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ଛେପ ପକାଇବା ଓ ବ୍ୟାୟାମ ଉପକରଣ ବ୍ୟବହାର କରିବା ସଂପୂର୍ଣ୍ଣ ବାରଣ କରାଯାଇଛି

Leave a Reply

Your email address will not be published. Required fields are marked *