ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା: ଆଗାମୀ ୨ ମାସ ଯାଏ ସମସ୍ତ ଶ୍ରମିକଙ୍କୁ ମିଳିବ ମାଗଣାରେ ରାସନ

 ନୂଆଦିଲ୍ଲୀ – ଆତ୍ମ ନିର୍ଭରଶୀଳ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ୟାକେଜ ଘୋଷଣା । ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜର ଦ୍ୱିତୀୟ କିସ୍ତିର ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଦ୍ୱିତୀୟ କିସ୍ତି ଘୋଷଣାରେ ରାସ୍ତାକଡ ବ୍ୟବସାୟୀ, କ୍ଷୁଦ୍ର ଚାଷୀ ଏବଂ ପ୍ରବାସୀ ଶ୍ରମିକ ପାଇଁ ପ୍ୟାକେଜ ଘୋଷଣା କଲେ ଅର୍ଥମନ୍ତ୍ରୀ । ତେବେ ପ୍ରବାସୀ ଶ୍ରମିକଙ୍କୁ ଆଗାମୀ ୨ ମାସ ମାଗଣାରେ ରାସନ ମିଳିବ । ରାସନ କାର୍ଡ ନଥିବା ପ୍ରବାସୀ ଶ୍ରମିକଙ୍କୁ ମଧ୍ୟ ଏହି ଲାଭ ମିଳିବ ।  ବିନା କାର୍ଡଧାରୀଙ୍କୁ ବି ସରକାରଙ୍କ ତରଫରୁ ୫ କିଲୋ ଗହମ-ଚାଉଳ, ଏକ କିଲୋ ଡାଲି ପ୍ରଦାନ କରାଯିବ । ଏଥିପାଇଁ ସାଢେ ୩ ହଜାର କୋଟି ଟଙ୍କାର ଯୋଜନା କରାଯାଇଛି । ଫଳରେ ୮ କୋଟି ଶ୍ରମିକଙ୍କୁ ଫାଇଦା ମିଳିବ । ତେବେ ଏହାକୁ ଲାଗୁ କରିବାର ସଂପୂର୍ଣ୍ଣ ଦାୟିତ୍ୱ ରାଜ୍ୟ ସରକାରଙ୍କର ହେବ ବୋଲି ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ।

ସମସ୍ତଙ୍କୁ ମାଗଣା ଖାଦ୍ୟ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଆସନ୍ତା ଦୁଇମାସ ପାଇଁ ସମସ୍ତଙ୍କୁ ମାଗଣା ୫ କିଲୋଗ୍ରାମ ଚାଉଳ / ଗହମ ଏବଂ ୧ କିଲୋ ଡାଲି ଦିଆଯିବ। ତେବେ ବଡ କଥା ହେଉଛି ରାସନ କାର୍ଡ ନଥିବା ବ୍ୟକ୍ତିମାନେ ମଧ୍ୟ ଏହି ସୁବିଧା ପାଇବେ । ଏଥିପାଇଁ ସରକାର ୩୫୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ଶ୍ରମିକମାନଙ୍କୁ ଯୋଗାଇବା କାମ ରାଜ୍ୟ ସରକାରଙ୍କ ଦ୍ୱାରା କରାଯିବ । ଏଥିରୁ ୮ କୋଟି ଶ୍ରମିକ ଉପକୃତ ହେବେ ବୋଲି ଆଜିର ଘୋଷଣାରେ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।ଅନ୍ୟପଟେ ଶ୍ରମ ଆଇନରେ ସଂସ୍କାର ଆଣିବା କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ନେଇ କହିଛନ୍ତି ନିର୍ମଳା । କାରଣ କେବଳ ୪୦ ପ୍ରତିଶତ ଶ୍ରମିକ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀର ଲାଭ ପାଆନ୍ତି । ଅର୍ଥମନ୍ତ୍ରୀ ଘୋଷଣା କରି କହିଛନ୍ତି ଯେ ଯେଉଁ କମ୍ପାନୀରେ ୧୦ ଜଣ ଶ୍ରମିକ କାମ କରନ୍ତି ସେମାନେ ଇଏସଆଇର ସୁବିଧା ପାଇବେ । ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ ଏକ ବଡ଼ ସମସ୍ୟା । ସମସ୍ତ କର୍ମଚାରୀଙ୍କ ବାର୍ଷିକ ହେଲଥ ଚେକଅପ ମଧ୍ୟ ବାଧ୍ୟତାମୂଳକ କରିବାକୁ ଯୋଜନା କରାଯାଉଛି ।

Leave a Reply

Your email address will not be published. Required fields are marked *