ରାଜ୍ୟରେ ମଦର ହୋମ ଡେଲିଭରି ପାଇଁ ସରକାରଙ୍କ ଅନୁମତି, ୫୦ ପ୍ରତିଶତ ବଢିଲା ମଦର ଦର
ଭୁବନେଶ୍ୱର:-କାଲି ଠାରୁ ରାଜ୍ୟରେ ଅନଲାଇନରେ ମଦ ମିଳିବ । ଆସନ୍ତାକାଲି ଠାରୁ ମଦର ହୋମ୍ ଡେଲିଭରି ନେଇ ରାଜ୍ୟ ସରକାରଙ୍କ ଅନୁମତି । ୨୪ ମେ ଅର୍ଥାତ ଆସନ୍ତାକାଲିରୁ ଏହି ନିୟମ କାର୍ଯ୍ୟକାରୀ ହେବ ।ତେବେ କାଉଣ୍ଟରରେ ମଦ ବିକ୍ରି ପାଇଁ ସରକାର ଅନୁମତି ଦେଲେ ନାହିଁ । ତେଣୁ ଓଡିଶା ଅବକାରୀ ନିୟମ-୨୦୧୭ରେ ଏହି ସଂଶୋଧନ କରାଯାଇଛି । ତେବେ ଅନଲାଇନରେ ମଦ କାଲିାରୁ ମିଳିବାକୁ ଥିବା ବେଳେ କଣ୍ଟେନମେଣ୍ଟ ଜୋନରେ ଏହି ସେବା ଉପଲବ୍ଧ ହେବ ନାହିଁ । କଣ୍ଟନମେଣ୍ଟ ଜୋନ ଛାଡି ଅନ୍ୟ ସମସ୍ତ ସ୍ଥାନରେ ମଦର ହୋମ ଡେଲିଭରି ହୋଇପାରିବ ।
ବଡକଥା ହେଉଛି ୫୦ ପ୍ରତିଶତ ବଢିଲା ମଦର ଦର । ସମସ୍ତ ପ୍ରକାର ମଦର ଦର ୫୦ ପ୍ରତିଶତ ବଢିଲା । ସ୍ପେଶାଲ କୋଭିଡ ଫି ଲଗାଇ ମଦର ଦର ବଢାଇଲେ ରାଜ୍ୟ ସରକାର । ମଦରୁ ମିଳିବାକୁ ଥିବା ରାଜସ୍ୱ କରୋନା ମୁକାବିଲା କ୍ଷେତ୍ରରେ ଖର୍ଚ୍ଚ ହେବ । ରିଟେଲର ଚାହିଁଲେ ମଦ ନିଜେ ହୋମ ଡେଲିଭରି କରିପାରିବେ । ଏହାସହ ଫୁଡ ଡେଲିଭରି ସଂସ୍ଥାର ମଧ୍ୟ ସହଯୋଗ ନେଇପାରିବେ ।ହେଲେ ଏଥି ପାଇଁ ଗ୍ରାହକଙ୍କୁ ଏମଆରପି ଉପରେ ଅଧିକ ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ । କାରଣ ମଦ ଉପରେ ୫୦ ପ୍ରତିଶତ କୋଭିଡ୍ ଟ୍ୟାକ୍ସ ଲଗାଇଛନ୍ତି ରାଜ୍ୟ ସରକାର । ଯାହା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରାଯିବ ବୋଲି କୁହାଯାଇଛି । ଅନ୍ଲାଇନ୍ ଏବଂ ଅଫଲାଇନ୍ ଲାଇସେନ୍ସ ପ୍ରାପ୍ତ ଦୋକାନରେ ଡିସପ୍ଲେ ବୋର୍ଡ଼ରେ ଫୋନ୍ ନମ୍ବର, ହ୍ବାଟସ୍ଆପ୍ ନମ୍ବର, ଇ-ମେଲ ଆଇଡି ରହିବ । ଏଥି ସହ OSBC ଓ୍ବେବସାଇଟ୍ osbc.co.inରେ ଜିଲ୍ଲାଓ୍ବାରୀ ତଥ୍ୟ ରହିବ । ସମସ୍ତ ପ୍ରକାର ପ୍ରଡକ୍ଟର ମୂଲ୍ୟ ମଧ୍ୟ ଓ୍ବେବ୍ସାଇଟ୍ରେ ରହିବ ।










