ଦୁର୍ଘଟଣାରେ ଋଷଭ ପନ୍ତ ଗୁରୁତର

ଦିଲ୍ଲୀ:-ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର୍ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ । ଦିଲ୍ଲୀରୁ ଉତରାଖଣ୍ଡର ରୁଡକୀ ଯାଉଥିବା ବେଳେ ତାଙ୍କ କାର୍ ଦିଲ୍ଲୀ-ଡେରାଡୁନ୍ ରାଜପଥରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । କାରଟି ନିୟନ୍ତ୍ରଣ ବାହାରକୁ ପଳାଇଯିବାରୁ ଡିଭାଇଡରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ତାଙ୍କ କାରଟି ଜଳି ଯାଇଥିଲା । ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ସକ୍ଷମ ହସ୍ପିଟାଲରେ ଭର୍ତି କରାଯାଇଥିଲା । ପରେ ତାଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲକୁ ସ୍ତାନାନ୍ତର କରାଯାଇଛି । କ୍ରିକେଟର ରିଷଭ ପନ୍ତଙ୍କ ଦୁର୍ଘଟଣା ପରେ ତାଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ।ସାମ୍ନାକୁ ଆସିଲା କ୍ରିକେଟର ଋଷଭ ପନ୍ତଙ୍କ ଦୁର୍ଘଟଣା ବେଳର ଛାତିଥରା ଦୃଶ୍ୟ । କିଭଳି କାରଟି କ୍ଷୀପ୍ର ବେଗରେ ଆସୁଛି ଏବଂ ଭାରସାମ୍ୟ ହରାଇ ଡିଭାଇଡାରରେ ପିଟି ହୋଇଯାଉଛି । ଏହାପରେ କାରଟିରେ ନିଆଁ ଲାଗିଯାଇଛି । ଆଉ ପନ୍ତ କାଚ ଭାଙ୍ଗି ରାସ୍ତାକଡରେ ପଡିଥିବା ଦେଖିବାକୁ ମିଳିଛି । ଏହି କାର୍ ଦୁର୍ଘଟଣା ଠିକ୍ ସେହିଭଳି ଥିଲା, ଯେଉଁଥିରେ ବିଶିଷ୍ଟ ଶିଳ୍ପପତି ସାଇରସ୍ ମିସ୍ତ୍ରୀଙ୍କର ଜୀବନ ଚାଲିଯାଇଥିଲା । ଉଭୟ ପନ୍ତ ଓ ମିସ୍ତ୍ରୀ ମର୍ସିଡିଜ୍ ଭଳି ଲଗଜୁରୀ ଓ ଅଧିକ ସୁରକ୍ଷିତ ବିଶିଷ୍ଟ କାରରେ ଯାତ୍ରା କରୁଥିଲେ । ପନ୍ତ ମର୍ସିଡିଜ୍ ବେଞ୍ଜ ଜିଏଲସି ଏସୟୁଭିରେ ଯାଉଥିଲେ   । ସେହିପରି ସାଇରସ୍ ମିସ୍ତ୍ରୀ ମର୍ସିଡିଜ୍ ବେଞ୍ଜ ଜିଏଲସି ୨୨୦ଡି-୪ମେଟିକରେ ଯାତ୍ରା କରୁଥିଲେ । ଆଉ ଦୁହିଁଙ୍କ କାର ଡ୍ରାଇଭିଂରେ ଦାୟିତ୍ୱହୀନତା ସାମ୍ନାକୁ ଆସିଛି । ତେବେ ଦୁର୍ଘଟଣା ସମୟରେ ପନ୍ତଙ୍କ କାର୍ର ଗତି କେତେ ଥିଲା, ତାହା ତଦନ୍ତ ପରେ ଜଣାପଡ଼ିବ । ତେବେ କାର୍ ଦ୍ରୁତ ଗତିରେ ଥିବାରୁ ଡିଭାଇଡରରେ ପିଟି ହୋଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *