ରାଜଧାନୀରେ ପୁଣି  ହତ୍ୟାକାଣ୍ଡ,ଶିଖରଚଣ୍ଡୀ ପାହାଡ଼ ତଳୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଭୁବନେଶ୍ୱର:-ରାଜଧାନୀରେ ପୁଣି  ହତ୍ୟାକାଣ୍ଡ।  ଭୁବନେଶ୍ୱର ସ୍ଥିତ ଇନଫୋସିସ୍ ଥାନା ଅନ୍ତର୍ଗତ ଶିଖରଚଣ୍ଡୀ ପାହାଡ଼ ତଳୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ହେଲେ ନନ୍ଦନକାନନ ଥାନା ଅନ୍ତର୍ଗତ ବାଲିପଡ଼ା ଗାଁର ଲଲାଟେନ୍ଦୁ ପ୍ରଧାନଙ୍କ ପୁଅ ଅବିନାଶ ପ୍ରଧାନ। ତାଙ୍କୁ ୨୨ ବର୍ଷ ହୋଇଥିଲା। ଅବିନାଶ ଏକ ସଫ୍ଟେଓ୍ୱୟାର କମ୍ପାନୀରେ କାମ କରୁଥିଲେ ।

ଗତକାଲି ବିଳମ୍ବିତ ରାତିରେ ପୁଲିସ ଅବିନାଶଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଶିଖରଚଣ୍ଡୀ ପାହାଡ଼ ତଳୁ ଉଦ୍ଧାର କରିଥିଲା। ପରେ  ତାଙ୍କୁ ଡାକ୍ତରଖାନା ନେଇଥିଲା। ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅବିନାଶଙ୍କ ମୃତଦେହ ନିକଟରୁ ପୁଲିସ ଏକ ବାଇକ୍ ଜବତ  କରିଥିଲା।

ବାରଙ୍ଗ ବାଲିପୋଡ଼ା ଅଞ୍ଚଳର ଅବିନାଶ ନିକଟରେ ଥିବା ଏକ କମ୍ପ୍ୟୁଟର ସଂସ୍ଥାରେ କାମ କରୁଥିଲେ। ସେ ଜଣେ ଝିଅକୁ ଭଲ ପାଉଥିଲେ । ଝିଅର ବାହାଘର ପରେ ବି ତା ସହ ସମ୍ପର୍କରେ ଥିଲେ ଅବିନାଶ । ବୁଧବାର ଝିଅ ଘର ଲୋକେ ଅବିନାଶକୁ ମାଡ ମାରିବା ସହ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ତେବେ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଏପିରିକି ଆବଶ୍ୟକ ପଡିଲେ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *