ଲୁହାପଥର ଚୋରି ବେଳେ ସୁରକ୍ଷାକର୍ମୀଙ୍କୁ ପିଟିଲେ, ଗାଡ଼ି ଭାଙ୍ଗିଲେ, ଦେବଗଡ଼ ଏସ୍‌ପି ଚୋର, ମାଫିଆଙ୍କୁ ଦେଉଛନ୍ତି ସୁରକ୍ଷା

ଭୁବନେଶ୍ୱର,(ରିପୋର୍ଟ-ସୁଶାନ୍ତ ପାତ୍ର):- ଦେବଗଡ଼ ଏସ୍‌ପିଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆସିଛି । ଚୋର,ମାଫିଆଙ୍କ ସହ ମଧୁଚନ୍ଦ୍ରିକା କରି ସାଧାରଣ ଲୋକଙ୍କୁ ନ୍ୟାୟ ଦେବାରେ ବଞ୍ଚିତ କରୁଛନ୍ତି । ପୁଲିସ ବିଭାଗରେ ‘ମୋ ସରକାର’ ଲାଗୁ ହେବା ପରେ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବା ଉପରେ ଗୁରୁତ୍ୱ ଦିଆଯାଉଥିଲା । ହେଲେ ଦେବଗଡ଼ ଏସ୍‌ପି ସବୁ ମୋଡ଼ି ମକଚି ଦେଇଛନ୍ତି । ଏହି ଏସ୍‌ପି ଜଣଙ୍କ କମିଶନରେଟ୍ ପୁଲିସରେ ଥିବା ବେଳେ ବିବାଦରେ ରହିଥିଲେ । ଏବେ ପୁଣି ଦେବଗଡ଼ରେ ଜଣେ ଖଣି ମାଲିକଙ୍କୁ ର୍ଦୁବ୍ୟବହାର କରି ବିବାଦକୁ ଆସିଛନ୍ତି । ବାବୁ ଜଣଙ୍କ ଆଉ କିିଛି ଦିନ ଗଲେ ଅବସର ନେବେ । ତେଣୁ ସେ ନାକ ବୁଡାଇ ବେଆଇନ୍ କାରନାମା କରୁଛନ୍ତି । ଯାହାର ଉଦାହରଣ ମଙ୍ଗଳବାର ରାତିରେ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ପୂର୍ଣ୍ଣାପାଣି, ହାଡ଼ିସାହିରେ ଲୁହାପଥର ଚୋରି ସମୟରେ ସୁରକ୍ଷାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଏଥିରେ ସୁରକ୍ଷା କର୍ମୀ ଆହତ ହୋଇଥିବା ବେଳେ ସେମାନଙ୍କ ବୋଲେରୋକୁ ଅଭିଯୁକ୍ତମାନେ ଭାଙ୍ଗି ଦେଇଛନ୍ତି । ଏହି ଚୋରି ପଛରେ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ହାତ ରହିଥିବା ଅଭିଯୋଗ ହୋଇଛି । ଏନେଇ ଲୁହାପଥର ଥିବା ଘରୋଇ ସଂସ୍ଥାର ମାଲିକ ବାରକୋଟ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଶୁଣୁନଥିବା ଅଭିଯୋଗ ହୋଇଛି । ଏପରିକି ଦେବଗଡ଼ ଏସ୍‌ପିଙ୍କୁ ଏନେଇ ଜଣାଇଥିଲେ ମଧ୍ୟ ସେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଅଭିଯୋଗକାରୀଙ୍କୁ ର୍ଦୁବ୍ୟବହାର କରିଥିବା ଅଭିଯୋଗ ହୋଇଛି । ରାତିରେ କାହିଁକି ଫୋନ୍ କରୁଛ, ଥାନାକୁ ଯାଇ କୁହ ବୋଲି କହିଥିଲେ ।
ଅଭିଯୋଗ ଅନୁସାରେ, ସାଟ୍‌କୋ ସଂସ୍ଥାର ଲୁହାପଥର ପୂର୍ଣ୍ଣାପଣି, ହାଡ଼ିସାହିରେ ୧୨ ବର୍ଷ ହେବ ଗଦା ହୋଇଛି । ୨ବର୍ଷ ହେବ କୌଣସି କାରଣ ପାଇଁ ତାହା ଉଠିପାରିନାହିଁ । କିନ୍ତୁ ଏହାକୁ ଚୋରି କରିବା ପାଇଁ ସ୍ଥାନୀୟ କିଛି ବ୍ୟକ୍ତିଙ୍କ ଲୋଲୁପ ଆଖି ପଡ଼ିଛି । ସେମାନେ ରାତିରେ ଜେସିବି ଲଗାଇ ଚୋରି କରୁଛନ୍ତି । କିଛି ଦିନ ତଳେ ଜେସିବି ଲଗାଇ ଲୁହାପଥର ଚୋରି କରାଯାଉଥିବା ଗାଡ଼ିକୁ ସଂସ୍ଥାର କର୍ମଚାରୀମାନେ ଧରି ପୁଲିସକୁ ଜଣାଇଥିଲେ । ପୁଲିସ ଉକ୍ତ ଗାଡ଼ିକୁ ଜବତ କରି ଥାନାକୁ ନେଇଥିଲା । ହେଲେ ଏହାର ଗୋଟିଏ ଦିନ ପରେ ପୁଲିସ ଗାଡ଼ିକୁ ଛାଡ଼ି ଦେଇଥିଲା । ଏନେଇ ପୁଲିସ ପଚରାରିଥିଲେ ମଧ୍ୟ ଥାନା ପୁଲିସ ଗାଳିଗୁଲଜ କରି ବିଦା କରି ଦେଇଥିଲେ । ଏହାପରଠୁ ସଂସ୍ଥାର ମାଲିକ ଲୁହାପଥର ଜଗିବା ପାଇଁ ଘରୋଇ ସିକ୍ୟୁରିଟଇ ଗାଡ୍‌ଙ୍କୁ ନିୟୋଜତି କରଥିଲେ । ହେଲେ ମଙ୍ଗଳବାର ରାତି ୮ଟା ସମୟରେ ସେଠାରେ ଜେସିବି ଲଗାଯାଇ ଲୁହାପଥର ଚୋରି ହେଉଥିଲା । ଏନେଇ ସଂସ୍ଥାର ମାଲିକ ସେଠାକୁ ଆସି ଚୋରି ହେଉଥିବା ଦେଖି ସୁରକ୍ଷାକର୍ମୀଙ୍କୁ ପଠାଇଥିଲେ । ହେଲେ ଚୋରି କରୁଥିବା ଏକାଧିକ ବ୍ୟକ୍ତି ସୁରକ୍ଷାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଏପରିକି ସେମାନେ ଆସିଥିବା ବୋଲେରୋ ଗାଡ଼ିକୁ ବି ଛାଡ଼ି ନଥିଲେ । ଶେଷରେ ଏନେଇ ସ୍ଥାନୀୟ ପୁଲିସକୁ ଜଣାଇଥିଲେ ମଧ୍ୟ ପୁଲିସ ଘଟଣା ସ୍ଥଳରେ ଆସିନଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *