ନିର୍ବାଚନରେ ହାରିଗଲେ, ମାନବିକତାରେ ଜିତିଗଲେ ସୂର୍ଯ୍ୟକାନ୍ତ

ଭୁବନେଶ୍ୱର:-ନିର୍ବାଚନରେ ହାରିଗଲେ ଅନେକ ନେତାଙ୍କୁ 5 ବର୍ଷ ପର୍ଯ୍ୟନ୍ତ ନିିିଜ ଅଂଚଳରେ ଦେଖିବାକୁ ମିଳେନାହିଁ। ଆଉ ପୁୁଣି ନିର୍ବାଚନ ଆସିଲେ ସେମାନେ ମୁହଁ ଦେଖାଇବେ। କିନ୍ତୁ ଏମିତି ଜଣେ ଯୁବ ନେତା ଅଛନ୍ତି ନିର୍ବାଚନ ହାରି ମଧ୍ୟ ମାନବିକତାରେ ଜିତିଗଲେ। ଏକଥା ଆମେ କହୁନୁ, ତାଙ୍କର କାମ ଦେଖି ସ୍ଥାନୀୟ ଲୋକେ ଏଭଳି କହୁଛନ୍ତି। ଏହି ଯୁବ ନେତା ହେଉଛନ୍ତି 31 ନମ୍ବର ୱାର୍ଡର ପରାଜିତ କଂଗ୍ରେସ ପ୍ରାର୍ଥୀ ଇଂଜିନିୟର ସୁଯ୍ୟକାନ୍ତ ଜେନା। ନିର୍ବାଚନ ହାରିକି ବି ଯେଉଁଭଳି ସମାଜସେବା କରୁଛନ୍ତି ସ୍ଥାନୀୟ ଲୋକେ ପ୍ରଶଂସା ନ କରି ରହିପାରୁନାହାନ୍ତି।

ରାଜଧାନୀରେ ତାପମାତ୍ରା 40 ଡିଗ୍ରୀ ପାର କଲାଣି। ଲୋକେ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି। ଯେଉଁମାନଙ୍କର ଜରୁରୀ କାମ ପଡୁଛି ସେମାନେ ପଦାକୁ ବାହାରୁଛି। କିନ୍ତୁ ଟିକେ ଖରାରେ ସେମାନଙ୍କ ତଣ୍ଟି ଶୁଖି ଯାଉଛି। ତେଣୁ ଏଭଳି ସମୟରେ ସୂର୍ଯ୍ୟକାନ୍ତ ସାଜିଛନ୍ତି ପଥଚାରୀଙ୍କ ସାହାରା। ନିଜ ହାତରୁ ଅର୍ଥ ଖର୍ଚ୍ଚ କରି ବମୀଖାଅରେ ଏକ ଜଳଛତ୍ର ଖୋଲିଛନ୍ତି। ପ୍ରତିଦିନ ସେଠାରେ ହଜାର ହଜାର ପଥଚାରୀ ରହି ଦହି ପାଣି ପିଉଛନ୍ତି। ପିଇବା ପରେ ସେମାନେ ଆତ୍ମ ସନ୍ତୋଷ କରି ସୂର୍ଯ୍ୟକାନ୍ତଙ୍କୁ ଧନ୍ୟବାଦ ଦେଇ ଯାଉଛନ୍ତି। ବଡ଼ କଥା ହେଲା ସୂର୍ଯ୍ୟକାନ୍ତ ନିଜ ହାତରେ ଲୋକଙ୍କୁ ଦହି ପାଣି ଦେଉଛନ୍ତି। ସେ ଏଭଳି କାର୍ଯ୍ୟ କରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ଚାହୁଁଛନ୍ତି। ନିର୍ବାଚନରେ ବିଜୟୀ ହୋଇ ଯେତିକି ସନ୍ତୋଷ ମିଳେ ଏଭଳି ସେବା କାର୍ଯ୍ୟ ଦ୍ୱାରା ତାହାଠୁ ଅଧିକ ଆତ୍ମସନ୍ତୋଷ ମିଳୁଛି ବୋଲି କହିଛନ୍ତି ସୁଯ୍ୟକାନ୍ତ। ଆଗକୁ ମଧ୍ୟ ଏଭଳି ଜନସେବା କାର୍ଯ୍ୟ ଜାରି ରଖିବେ ବୋଲି ସେ କହିଛନ୍ତି।
ରାଜ୍ୟ ବାହାରେ ଇଂଜିନିୟରିଂ ଚାକିରୀ ଛାଡି ଜନସେବା କରିବା ଆଶାରେ ପୌର ନିର୍ବାଚନରେ କଂଗ୍ରେସରୁ ପ୍ରାଥି ହେଲେ। କିନ୍ତୁ ଶାସକ ଦଳ ଆଗରେ ସେ ହାର ମାନି ଯାଇଥିଲେ। ଶାସକ ଦଳ ପ୍ରାର୍ଥୀଙ୍କ ଠାରୁ ସେ 576 ଭୋଟରେ ପରାଜୟ ହୋଇଥିଲେ। କିନ୍ତ ଏହି ହାର ତାଙ୍କ ଉପରେ କିଛି ବି ପ୍ରଭାବ ପକେଇ ପାରି ନାହିଁ। ଦୁଃଖୀ, ରଙ୍କିଙ୍କ ଅସୁବିଧାରେ ସେ କାନ୍ଧକୁ କାନ୍ଧ ମିଶାାଇ ସହଯୋଗ କରୁଛନ୍ତି। ତାଙ୍କର ବିଶ୍ୱାସ ଅଛି ଦିନେନା ଦିନେ ଲୋକ ତାଙ୍କୁ ବିଜୟର ଟୀକା ପିନ୍ଧେଇବେ।

ପଥଚାରୀଙ୍କୁ ଦହି ପାଣି ଦେଇଛନ୍ତି ସୂର୍ଯ୍ୟକାନ୍ତ

Leave a Reply

Your email address will not be published. Required fields are marked *