ବନ୍ଧୁକ ଦେଖାଇ ଲୁଟିନେଲେ ୬ ଲକ୍ଷର ସୁନା

ଭୁବନେଶ୍ୱର:-ରାତିର ଅନ୍ଧକାରରେ ରାଜଧାନୀରେ ମାତିଲେ ଲୁଟେରା। ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ଏପରି ଘଟଣା ଶତାବ୍ବୀ ନଗରରେ ଘଟିଥିବା ବେଳେ ଜଣେ ଜୁଏଲରୀ ମାଲିକଙ୍କ ନିକଟରୁ ପ୍ରାୟ ୬ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଚୋରି ହୋଇଛି।

ସୂଚନା ଅନୁଯାୟୀ, ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କର ଶତାବ୍ବୀ ନଗରରେ ଏକ  ଜୁଏଲରୀ ଦୋକାନ ରହିଛି । ସବୁ ଦିନ ପରି ଗତକାଲି  ରାତିରେ ଦୋକାନ ବନ୍ଦ କରି ସେ ଘରକୁ ଫେରୁଥିବା ବେଳେ ବାଇକ୍‌ରେ କିଛି ଦୁବୃର୍ତ୍ତ ଆସି ତାଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଧମକ ଦେଇଥିଲେ । ଏହାପରେ ତାଙ୍କଠୁ ୬ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଅଳଙ୍କାର ଲୁଟି ନେଇଛନ୍ତି ।

ଘଟଣା ପରେ ଖଣ୍ଡଗିରି ପୁଲିସ୍ ଖୋଲତାଡ଼ କରୁଛି । ମିଳିଥିବା ସୂଚନା ମୁତାବକ, ଏହି ବ୍ୟବସାୟୀଙ୍କ ସୁନା ଦୋକାନରୁ ପୂର୍ବରୁ ବି ଲୁଟ୍ ହୋଇଛି ।

Leave a Reply

Your email address will not be published. Required fields are marked *