ହାରିଗଲା ମା’ର ମମତା, କୁରାଢ଼ିରେ ହାଣିଲା ପୁଅ
ବାରିପଦା:-ମଦ ନିଶା ଆଗରେ ହାରିଗଲା ମା’ର ମମତା। ଯିଏ ଜନ୍ମ ଦେଇ ପାଳିପୋଷି ବଡ଼ କରିଥିଲା, ଶେଷରେ ମଦ ନିଶାରେ ଚୁର ହୋଇ ତାକୁ ହିଁ କୁରାଢ଼ିରେ ହାଣି ଦେଲା ପୁଅ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଚାକୁଳିଆ ଗାଁରେ। ମୃତ ମହିଳା ଜଣଙ୍କ ହେଲେ ଗୁରୁବାରି ହେମ୍ବ୍ରମ୍। ଅଭିଯୁକ୍ତ ପୁଅ ଲୋସ ହେମ୍ବ୍ରମ୍କୁ ପୁଲିସ ଗିରଫ କରିଛି।ଗତକାଲି ବିଳମ୍ବିତ ରାତିରେ ଲୋସ ମଦ ପିଇ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲା। କୌଣସି କଥାକୁ ନେଇ ମା’ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଲୋସ ଉତକ୍ଷିପ୍ତ ହୋଇ କୁରାଢ଼ି ଆଣିକୁ ମା’ର ମୁଣ୍ଡକୁ ଆକ୍ରମଣ କରିଥିଲା। ଆଜି ସକାଳେ ରକ୍ତ ଯୁଡ଼ୁବୁଡୁ ଅବସ୍ଥାରେ ଗୁରୁବାରିଙ୍କ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ଓ ଅଭିଯୁକ୍ତ ପୁଅକୁ ଗିରଫ କରିଥିଲା। ଏହାସହ ଘଟଣାସ୍ଥଳରେ ହତ୍ୟାର ବ୍ୟବହୃତ କୁରାଢ଼ିକୁ ଜବତ କରିଥିଲା।