କୁକୁର ସହିତ କୁନି ଝିଅର ବାହାଘର,ବର ବେଶରେ ସଜେଇ ହୋଇଛି କୁକୁର
କାମାକ୍ଷାନଗର : ବର ବେଶରେ ସଜେଇ ହୋଇଛି କୁକୁର। ଆଉ ବଧୂ ସଝିଛି କୁନି ଝିଅ। ଧୂମ୍ଧାମରେ ଚାଲିଛି କୁକୁର ସହିତ ନାବାଳିକାର ବାହାଘର। ଆଜି ଏପରି ଅଜବ ବାହାଘର ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଭଳି ଆଦିବାସୀ ଅଞ୍ଚଳରେ ଦେଖିବାକୁ ମିଳିଛି। ଆଦିବାସୀ ପରମ୍ପରା ଅନୁସାରେ ପିଲାର ପାଟିର ଉପର ମାଢ଼ିରେ ପ୍ରଥମେ ଦାନ୍ତ ଉଠିବା ଭଲ ନୁହେଁ। ତାହା ଅଶୁଭ ବୋଲି ମାନି ନିଆଯାଏ। ତେଣୁ ତା’ର ରିଷ୍ଟ ଖଣ୍ଡନ କରାଯାଇଥାଏ। ଝିଅ ହୋଇଥିଲେ ପୁଅ କୁକୁର ଓ ପୁଅ ହୋଇଥିଲେ ଝିଅ କୁକୁର ସହିତ ବାହାଘର କରାଯାଇଥାଏ। ଏହି ପରମ୍ପରା କେଉଁ କାଳରୁ ଚାଲି ଆସିଛି ବୋଲି ଆଦିବାସୀ ସମ୍ପ୍ରଦାୟ ଲୋକମାନେ କହିଛନ୍ତି।