ଆସିଲା ୫ ରାଜ୍ୟର ଏକଜିଟ୍ ପୋଲ୍, ଉତ୍ତରପ୍ରଦେଶରେ ବିଜେପି ୨୮୮ରୁ ୩୨୬ ବିଧାୟକ ସିଟ୍ ଜିତିପାରେ

ନୂଆଦିଲ୍ଲୀ:୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଆସିଛି ଏକଜିଟ୍ ପୋଲ୍ । ଅଧିକାଂଶ ଏକଜିଟ୍ ପୋଲ୍ ରିପୋର୍ଟରେ ୟୁପିରେ ପୁଣି ବିଜେପି ସରକାର ଗଠନ ହେବା ନେଇ ଆକଳନ କରାଯାଇଥିବାବେଳେ, ପଞ୍ଜାବରେ ପ୍ରଥମ କରି ଆପ୍ ସରକାର ଗଠନ ହେବା ନେଇ ଆକଳନ କରାଯାଉଛି । ସେହିପରି ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ବିଜେପି ପୁଣି ସରକାର ଗଠନ କରିବାର ମ୍ୟାଜିକ୍ ନମ୍ବର ଛୁଇଁବ ବୋଲି ଅନେକ ସଂସ୍ଥା ଆକଳନ କରିଛନ୍ତି । ତେବେ ଦେଖନ୍ତୁ, କେଉଁ ରାଜ୍ୟର କଣ ରହିଛି ଏକଜିଟ୍ ପୋଲ୍ ରିପୋର୍ଟ l

୪୦୩ ବିଧାନସଭା ସିଟ୍ ବିଶିଷ୍ଟ ଉତ୍ତରପ୍ରଦେଶରେ ସରକାର ଗଠନ ପାଇଁ କୌଣସି ଦଳ କିମ୍ବା ମେଂଟକୁ ୨୦୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ଆଉ ଏଥର ବିଜେପି ଉତ୍ତରପ୍ରଦେଶରେ ୨୮୮ରୁ ୩୨୬ ବିଧାୟକ ସିଟ୍ ଜିତିପାରେ ବୋଲି ଇଣ୍ଡିଆ ଟୁଡେ ଆକ୍ସିସ୍ ମାଇଁ ଇଣ୍ଡିଆ ଆକଳନ କରିଛି । ସେହିପରି ସମାଜବାଦୀ ପାର୍ଟିକୁ ୭୧ରୁ ୧୦୧ ଆସନ, ବିଏସପିକୁ ୩ରୁ ୯ ଆସନ, କଂଗ୍ରେସକୁ ୧ରୁ ୩ ଆସନ ଓ ଅନ୍ୟାନ୍ୟଙ୍କୁ ୨ରୁ ୩ ଆସନ ମିଳିପାରେ ବୋଲି ଇଣ୍ଡିଆ ଟୁଡେ ଆକଳନ କରିଛି ।

ସେହିପରି ଜନ୍ କି ବାତ୍ ଆକଳନ ଅନୁସାରେ, ଉତ୍ତରପ୍ରଦେଶରେ ବିଜେପି ୨୨୨ରୁ ୨୬୦ ଆସନ ଜିତିପାରେ, ସମାଜାବାଦୀ ପାର୍ଟିକୁ ୧୩୫ରୁ ୧୬୫ ଆସନ ମିଳିପାରେ । ଅନ୍ୟପଟେ ବିଏସପିକୁ ୪ରୁ ୯ ଆସନ, କଂଗ୍ରେସକୁ ୧ରୁ ୩ ଆସନ ମିଳିପାରେ ବୋଲି ଜନ୍ କି ବାତ୍ ଆକଳନ କରିଛି । ସେହିପରି ପି-ଏମଏଆରକ୍ୟୁର ଆକଳନ ଅନୁସାରେ, ଏଥର ଉତ୍ତରପ୍ରଦେଶରେ ବିଜେପିକୁ ୨୪୦ ଆସନ, ସମାଜବାଦୀ ପାର୍ଟିକୁ ୧୪୦ ଆସନ, ବିଏସପିକୁ ୧୭, କଂଗ୍ରେସକୁ ୪ଟି ଆସନ ମିଳିପାରେ ।

Leave a Reply

Your email address will not be published. Required fields are marked *