ବିଶ୍ୱାସରେ ବିଷ ଦେଲା ଡ୍ରାଇଭର,ମାଲିକଙ୍କ ଆକାଉଣ୍ଟରୁ ଚଳୁ କରିଥିଲା ୯.୯୫ ଲକ୍ଷ
ଭୁବନେଶ୍ୱର:-ବିଶ୍ୱାସରେ ବିଷ ଦେଲା ଡ୍ରାଇଭର। ମାଲିକଙ୍କ ପାଖେ ପାଖେ ରହୁଥିଲା। କିନ୍ତୁ ତାଙ୍କୁ ଖୋଳ କରୁଥିଲା। ମାଲିକ ବି ଟେର୍ ପାଇ ନଥିଲେ। ସେ ଜାଣିଲା ବେଳକୁ ବ୍ୟାଙ୍କ୍ ଆକାଉଣ୍ଟରୁ ଗାଏବ ହୋଇଯାଇଥିଲା ୯.୯୫ ଲକ୍ଷ ଟଙ୍କା। ସେ ଥାନାରେ ଅଭିଯୋଗ କରିଥିଲେ। ଆଉ ତଦନ୍ତ ବେଳେ ପୁଲିସ୍ ହାତରେ ପଡ଼ିଥିଲା ବିଶ୍ୱାସଘାତକ ଡ୍ରାଇଭର। ଏହି ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ।
ଗିରଫ ଅଭିଯୁକ୍ତର ନାଁ ମନୋଜ ମାହାନା (୩୫)। ତା’ ଘର ଡମଣାର ଗୋପୀନାଥ ସାହିରେ। ସେ ଡ. ଗୌରୀ ଦାସ (୭୧)ଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ।