ଯାଜପୁରରେ ୧୦ ଆସନ ହାତେଇଲା ବିଜେଡି

ଯାଜପୁର:-ପଞ୍ଚାୟତ ନିର୍ବାଚନ ପାଇଁ ଶନିବାରଠୁ ଗଣତି ଚାଲିଛି। ପ୍ରଥମ ଦିନରେ ଯାଜପୁର ଜିଲ୍ଲାରେ ୧୦ଟି ବ୍ଲକର ୧୦ଟି ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ୍‌ ଗଣତି ହୋଇଥିଲା। ଆଉ ସମସ୍ତ ୧୦ଟି ଯାକ ଆସନରେ ବିଜେଡି ବିଜୟ ଲାଭ କରିଛି।

ବଡ଼ଚଣା ୧୬ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ଯତୀନ୍ଦ୍ର ପ୍ରସାଦ ନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପବିତ୍ର କୁମାର ରାଉତଙ୍କୁ ୩୮୫୦ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏଠାରେ ବିଜେଡି ପ୍ରାର୍ଥୀ ୧୫, ୪୬୪ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୧୧,୬୧୪ ଖଣ୍ଡ ଭୋଟ ପାଇଥିଲେ।

ବରୀ ୨୧ ନମ୍ବର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଅଶୋକ କୁମାର ସାମଲ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ତପନ କୁମାର ପଣ୍ଡାଙ୍କୁ ୫,୧୭୫ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏଠି ବିଜେଡି ପ୍ରାର୍ଥୀ ୧୩,୭୫୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୮,୫୮୨ ଖଣ୍ଡ ଭୋଟ୍‌ ପାଇଛନ୍ତି।

ଧର୍ମଶାଳା ବ୍ଲକର ୧୧ନମ୍ବର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ସୁଧାଂଶୁ ଭୂଷଣ ସାହୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ବିଷ୍ଣୁ ଚରଣ ସାହୁଙ୍କୁ ୩,୫୮୯ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏଠାରେ ବିଜେଡି ପ୍ରାର୍ଥୀ ୧୫,୨୯୫ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୧୧,୭୦୬ ଖଣ୍ଡ ଭୋଟ୍‌ ପାଇଛନ୍ତି।

ରସୁଲପୁର ବ୍ଲକ ୩୩ ନମ୍ବର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଶିଶିର କୁମାର ମହାନ୍ତି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ତାପସ କୁମାର ପଣ୍ଡାଙ୍କୁ ୮,୭୫୦ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ଏଠାରେ ବିଜେଡି ପ୍ରାର୍ଥୀ ୧୬,୮୩୮ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୮,୦୮୮ ଖଣ୍ଡ ଭୋଟ୍‌ ପାଇଛନ୍ତି।

କୋରେଇ ବ୍ଲକ ୧ନଂ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ସସ୍ମିତା ତରାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଶୁଭପ୍ରିୟା ସେଠୀଙ୍କୁ ୧୧,୬୪୦ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ଏଠାରେ ବିଜେଡି ପ୍ରାର୍ଥୀ ୧୯,୭୮୩ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୮,୧୪୩ ଖଣ୍ଡ ଭୋଟ୍‌ ପାଇଛନ୍ତି।

ଦାନଗଦି ବ୍ଲକର ୮ନଂ ଜୋନ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ସ୍ମୃତିରାଣୀ ରାଉତ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ମିଲିରାଣୀ ଚୌଧୁରୀଙ୍କୁ ୨,୪୧୫ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏଠାରେ ବିଜେଡି ପ୍ରାର୍ଥୀ ୧୧,୩୯୮ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୮,୯୮୩ଖଣ୍ଡ ଭୋଟ ପାଇଛନ୍ତି।

ସୁକିନ୍ଦା ବ୍ଲକ ୩୭ନଂ ଜୋନ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଜେମା ଚାଖି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସୁମିତା ପୂର୍ତ୍ତିଙ୍କୁ ୭,୩୩୪ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଏଠାରେ ବିଜେଡି ପ୍ରାର୍ଥୀ ୧୫,୦୪୦ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୭,୭୦୬ ଖଣ୍ଡ ଭୋଟ ପାଇଛନ୍ତି।

ଦଶରଥପୁର ବ୍ଲକର ୪ନଂ ଜୋନ୍‌ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ପାର୍ଥସରଥୀ ମହାପାତ୍ର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଶ୍ରୀନିବାସ ପରିଡ଼ାଙ୍କୁ ୧୬,୨୩୬ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏଠାରେ ବିଜେଡି ପ୍ରାର୍ଥୀ ୨୩,୧୩୯ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୬,୯୦୩ଖଣ୍ଡ ଭୋଟ୍ ପାଇଛନ୍ତି।

ବିଂଝାରପୁର ବ୍ଲକ ୨୫ନଂ ଜୋନ ବିଜେଡି ପ୍ରାର୍ଥୀ ଅହଲ୍ୟା ସ୍ୱାଇଁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଅର୍ଚ୍ଚନା ମହାପାତ୍ରଙ୍କୁ ୯,୦୬୯ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଏଠାରେ ବିଜେଡି ପ୍ରାର୍ଥୀ ୧୬,୦୯୨ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୭,୦୨୩ଖଣ୍ଡ ଭୋଟ୍‌ ପାଇଛନ୍ତି।

ସେହିପରି ଯାଜପୁର ବ୍ଲକ ୨୯ନଂ ଜୋନ ବିଜେଡି ପ୍ରାର୍ଥୀ ପ୍ରେମାନନ୍ଦ ଜେନା ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଜଗନ ଖଟେଇଙ୍କୁ ୧୬,୦୬୧ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଏଠାରେ ବିଜେଡି ପ୍ରାର୍ଥୀ ୨୨,୨୩୯ଖଣ୍ଡ ଭୋଟ୍‌ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୬,୧୭୮ଖଣ୍ଡ ଭୋଟ ପାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *