ରାଜଧାନୀରେ ଚାଲିଥିଲା ବାଲ୍ୟ ବିବାହ, ପୁଲିସ୍‌ ଓ ଶିଶୁ ମଙ୍ଗଳ ଅଧିକାରୀ ମିଳିତ ଚଢ଼ଉ

ଭୁବନେଶ୍ୱର:-ନାନା ସଚେତନତା ସତ୍ତ୍ୱେ ରୋକା ଯାଇପାରୁ ନାହିଁ ବାଲ୍ୟ ବିବାହ। ସବୁ ଆଇନ୍‌ କାନୁନକୁ ଜଳାଞ୍ଜଳି ଦେଇ କରାଯାଇଛି ବଲ୍ୟବିବହ। ତାହା ପୁଣି କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ବଡ଼ବଡ଼ ବାବୁ ଓ ନୀତି ନିର୍ଦ୍ଧାରକ ରହୁଥିବା ରାଜଧାନୀ ଭୁବନେଶ୍ୱରରେ। ଆଧାର କାର୍ଡରେ ଅଧିକ ବୟସ ଦେଖାଇ କରାଯାଉଥିଲା ବାହାଘର। ପୁଲିସ୍‌ ଓ ଶିଶୁ ମଙ୍ଗଳ ଅଧିକାରୀ ମିଳିତ ଭାବେ ଚଢ଼ଉ କରି ନାବାଳିକାକୁ ଉଦ୍ଧାର କରିଛି।

ଶୁକ୍ରବାର ଡୁମ୍‌ଡୁମା ଅଞ୍ଚଳରେ ଏକ କଲ୍ୟାଣମଣ୍ଡପରେ ଜଣେ ନାବାଳିକାର ବାହାଘର କରାଯାଉଥିଲା। ଏକ ଅଜଣା ଫୋନ୍‌ କଲ ପାଇ ଭୁବନେଶ୍ୱର ଚାଇଲ୍‌ଡ ଲାଇନ୍‌ ସିଡିପିଓ ଓ ଖଣ୍ଡଗିରି ପୁଲିସ୍‌ ମିଳିତ ଭାବେ ଚଢ଼ଉ କରି କଲ୍ୟାଣୀ ମଣ୍ଡପରୁ ନାବାଳିକାକୁ ଉଦ୍ଧାର କରିଛି। ନାବାଳିକାକୁ ଏବେ ଚାଇଲ୍‌ଡଲାଇନ୍‌ରେ ରଖାଯାଇଛି। ଏ ସମ୍ପର୍କରେ ଖୋର୍ଦ୍ଧା CWC and DCPOଙ୍କୁ ଜଣାଇ ଦିଆଯାଇଛି। ଏନେଇ ଖଣ୍ଡଗିରି ଥାନାରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉଦ୍ଧାର ହୋଇଥିବା ନାବାଳିକାଙ୍କର ନକଲି ଆଧାର କାର୍ଡ କରାଯାଇଛି। ସେଥିରେ ବୟସ ଅଧିକ ଦେଖାଯାଇଛି। ଅଙ୍ଗନବାଡ଼ି ରିପୋର୍ଟ ଅନୁସାରେ ନାବାଳିକାଙ୍କ ଜନ୍ମ ବର୍ଷ ୨୦୦୫ ମସିହା ରହିଛି। ହେଲେ ପରିବାର ଲୋକ କରିଥିବା ଆଧାର କାର୍ଡରେ ଜନ୍ମ ବର୍ଷ ୨୦୦୦ ମସିହା ଉଲ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *