ଚାକିରି ପାଇବ ଯଦି ଶାରୀରିକ ସମ୍ପର୍କ ରଖିବାକୁ ପଡିବ,କନ୍ସଲଟାନ୍ସି ସଂସ୍ଥା ନାଁରେ ଅଭିଯୋଗ ଆଣିଲେ ଯୁବତୀ
ଭୁବନେଶ୍ବର:-ସରକାରୀ ଚାକିରି କରାଇ ଦେବାକୁ କହି ଲୁଟୁ ଥିଲେ ଟଙ୍କା । ଏମିତିକି ଚାକିରି ପାଇବାକୁ ହେଲେ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କୁହାଯାଉଥିଲା । ଭୁବନେଶ୍ୱରର ଏକ କନ୍ସଲଟାନ୍ସି ସଂସ୍ଥା ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ନାଲକୋ ଓ ଏଜି ଭଳି ସରକାରୀ ସଂସ୍ଥାରେ ଚାକିରି କରାଇ ଦେବାକୁ କହି ନକଲି ନିଯୁକ୍ତିପତ୍ର ଦେଇ ଚାକିରି ଆଶାୟୀଙ୍କୁ ଠକୁଥିଲେ । କିଛି ଆଶାୟୀଙ୍କ ଠାରୁ ପ୍ରାୟ ୭ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ ପରେ ବି ପୋଲିସ ଅଭିଯୋଗ ଗ୍ରହଣ ନକରିବାରୁ ବାରମ୍ବାର ଥାନାକୁ ଦୌଡ଼ୁଛନ୍ତି ଯୁବତୀ । ପୋଲିସ ସଂସ୍ଥାର ଜଣେ କର୍ମଚାରୀକୁ ଡାକି ପଚରାଉଚରା କରିଛି ।