କଟକରେ ପୁଣି ଠାବ ହେଲା ସେକ୍ସ ରାକେଟ, ଯୁବତୀଙ୍କ ସହ ତିନି ଯୁବକ ଗିରଫ

କଟକ:- କଟକରେ ପୁଣି ଠାବ ହେଲା ସେକ୍ସ ରାକେଟ। ଏହି ଘଟଣାରେ ଜଣେ ଯୁବତୀ ଙ୍କ ସହ ତିନି ଯୁବକଙ୍କୁ ଗିରଫ କରିଛି ମର୍କତନଗର ଥାନା ପୋଲିସ। ଜଣେ ମହିଳା କିଙ୍ଗ ପିନ,ଜଣେ ପୁରୁଷ ଗ୍ରାହକ, ଜଣେ ଦଲାଲ,ଆଉ ଜଣେ ହୋଟେଲ କର୍ମଚାରୀ। ଏକ ଡିଭିଡ଼ି ପ୍ଲେୟର ସହ ବହୁ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି ପୋଲିସ ।ଥାନା ପଛ ପଟେ ଥିବା ଏକ ହୋଟେଲ ରେ ଏହି ସେକ୍ସ ରାକେଟ ଚାଲି ଥିବା ଖବର ପାଇ ସେ ଠାରେ ରେଡ଼ କରିଥିଲା ପୋଲିସ। ତେବେ କେବେଠାରୁ ଏହି ହୋଟେଲ ରେ ଦେହ ବ୍ଯବସାୟ ଚାଲୁଥିଲା ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ମର୍କତ ନଗର ପୋଲିସ। ୬ ଟି ମୋବାଇଲ,୧୩ ହଜାର ଟଙ୍କା,୪ ଟି ଆଧାର କାର୍ଡ ଜବତ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *