ବାରଙ୍ଗ ଅଞ୍ଚଳରେ ହାତୀ ଆତଙ୍କ, ଘଉଡାଇବାରେ ଲାଗିଛନ୍ତି ବନ ବିଭାଗ
ବାରଙ୍ଗ,:- କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳ ନିକଟବର୍ତ୍ତୀ ଚନ୍ଦକା-ଡମପଡା ରେଞ୍ଜ ଅଧୀନ ରତାଗଡ଼ ପାହାଡ଼ରେ ହାତୀପଲ ଦେଖି ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଚନ୍ଦକା ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଁଚି ହାତୀଙ୍କୁ ଘଉଡାଇବାକୁ ଚେଷ୍ଟା ଜାରି ରଖିଛି ।
ମିଳିଥିବା ଖବର ଅନୁସାରେ, ଦୁଇଟି ଦନ୍ତା ହାତୀ ରତାଗଡ ମାଙ୍କଡ଼ ମୁଣ୍ଡିଆ ଆଦିବାସୀ ପୋଡାରେ ବୁଲୁଛନ୍ତି। ଏମାନଙ୍କୁ ଘଉଡାଇବା ପାଇଁ ବନ ବିଭାଗ ତରଫରୁ ୨ଟି ଟିମ୍ ନିୟୋଜିତ କରଯାଇଛି । .ହାତୀ ମାନେ ଯେପରି ଗାଁ ମୁହାଁ ନ ହୁଅନ୍ତି ସେଥିପ୍ରତି ବନବିଭାଗ ସଜାଗ ରହିଛି.।ସୋମବାର ସଂନ୍ଧ୍ୟା ସୁଦ୍ଧା ହାତୀଙ୍କୁ ଚନ୍ଦକା ଜଙ୍ଗଲ ଭିତରକୁ ଘଉଡାଇବା ପାଇଁ ବନ ବିଭାଗ ଚେଷ୍ଟା ଜାରିରଖିଛି ବୋଲି ଚନ୍ଦକା ରେଞ୍ଜ ଏ.ସି.ଏଫ ହିମାଂଶୁ ମହାନ୍ତି ସୂଚନା ଦେଇଛନ୍ତି ।
ଏବେ ସେଠାରେ ଗୋଟିଏ ଦନ୍ତା ଓ ଗୋଟିଏ ମାଈ ହାତୀ ଅଛନ୍ତି ବୋଲି ବନବିଭାଗ ସ୍ପଷ୍ଟ କରିଛି.। ଏହି ଦୁଇ ହାତୀ ଗତ ଦୁଇ ଦିନ ତଳେ ନନ୍ଦନକାନନ ପରିସରରେ ପଶି ଆତଙ୍କ ସୃଷ୍ଟି କରିଥିବା ବନ ବିଭାଗ ଅନୁମାନ କରୁଛି ।