ଆସିଲା ସିଡିଏସ୍ ବିପିନ ରାୱତଙ୍କ ବିମାନ ଦୁର୍ଘଟଣାର କାରଣ, ଯାନ୍ତ୍ରିକ ତ୍ରୁଟି ନୁହେଁ, ବରଂ ଖରାପ ପାଗ

ନୂଆଦିଲ୍ଲୀ,:-ନ୍ନୁରରେ ସିଡିଏସ ବିପିନ ରାୱତଙ୍କ ବିମାନ ଦୁର୍ଘଟଣା ପଛର କାରଣ ହୋଇଛି ସ୍ପଷ୍ଟ । ପ୍ରତିରକ୍ଷା ମନ୍ତ୍ରଣାଳୟକୁ ତଦନ୍ତ ରିପୋର୍ଟ ହସ୍ତାନ୍ତର କରିଛି ଭାରତୀୟ ବାୟୁସେନା। ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ନଥିଲା । ଏହାସହ କୌଣସି ଅବହେଳା ଯୋଗୁଁ ଦୁର୍ଘଟଣା ହୋଇନଥିବା କୁହାଯାଇଛି । ଖରାପ ପାଗ ହିଁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ରିପୋର୍ଟରେ କୁହାଯାଇଛି । ମାମଲାର ତଦନ୍ତକାରୀ ଦଳ ଏହାକୁ CFIT ଦୁର୍ଘଟଣା ଦର୍ଶାଇଛି।

ଗତ ବର୍ଷ ଡିସେମ୍ୱର ୮ ତାରିଖରେ ଏମଆଇ-୧୭ V୫ ବିମାନ ଦୁର୍ଘଟଣାରେ ଟ୍ରାଇ-ସର୍ଭିସେସ କୋର୍ଟ ଇନକ୍ୱାୟରୀ କିଛି ଦିନ ପୂର୍ବେ ନିଜର ପ୍ରାଥମିକ ତଦନ୍ତ ରିପୋର୍ଟ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ହସ୍ତାନ୍ତର କରିଥିଲା। ତଦନ୍ତକାରୀ ଦଳ ଦୁର୍ଘଟଣାର ସମସ୍ତ ସମ୍ଭାବ୍ୟ ଦିଗକୁ ଅନୁଧ୍ୟାନ କରିଥିଲା। ଉପଲବ୍ଧ ସମସ୍ତ ସାକ୍ଷୀଙ୍କୁ ପଚରାଉଚରା କରିଥିଲା । କୋର୍ଟ ଅଫ୍ ଇନକ୍ୱାୟରୀ ଯାନ୍ତ୍ରିକ ତ୍ରୁଟି ଏବଂ ଅବହେଳା ଯୋଗୁଁ ଦୁର୍ଘଟଣା ହୋଇନଥିବା କହିଥିଲା । ଘାଟିରେ ପାଗରେ ହଠାତ ପରିବର୍ତ୍ତନ ହୋଇଥିଲା। ଖରାପ ପାଗ ଯୋଗୁଁ ପାଇଲଟ୍ ରାସ୍ତା ଜାଣି ନପାରି ନିୟନ୍ତ୍ରଣ ହରାଇଥିଲେ।

ସୂଚନାଯୋଗ୍ୟ ଯେ, ବାୟୁ ସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ବିଆର ଚୌଧୁରୀ ଏବଂ ଏୟାର ମାର୍ଶଲ ମାନବେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ତ୍ରିକୋଣୀୟ ସେନା ତଦନ୍ତକାରୀ ଦଳ ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ରିପୋର୍ଟ ଜାନୁଆରୀ 5 ତାରିଖରେ ପ୍ରତିରକ୍ଷା ସିଂକୁ ହସ୍ତାନ୍ତର କରିଥିଲେ। ଅଧିକାରୀଙ୍କ କହିବା କଥା ସିଡିଏସ ରାୱତଙ୍କ ବିମାନ ଦୁର୍ଘଟଣା ଏକ CFIT ( କଣ୍ଟ୍ରୋଲଡ ଫ୍ଲାଇଟ ଇନଟୁ ଟେରେନ) ଦୁର୍ଘଟଣା ।

Leave a Reply

Your email address will not be published. Required fields are marked *