ପୁଣି ରକ୍ତରଂଜିତ ହେଲା ସୁଲିଆ ଯାତ୍ରା
ବଲାଙ୍ଗିର:-ପୁଣି ରକ୍ତରଂଜିତ ହେଲା ସୁଲିଆ ଯାତ୍ରା । ସୁଲିଆ ଯାତ୍ରାରେ ପଡ଼ିଲା ବଳି । ବଲାଙ୍ଗିର ଜିଲ୍ଲା ଦେଓଗାଁରେ ଆୟୋଜିତ ସୁଲିଆ ଯାତ୍ରାରେ ପଡ଼ିଛି ବଳି ।ଗତକାଲି ବିଲମ୍ୱିତ ରାତିରେ ଅନୁଷ୍ଠିତ ହୋଇଥିଲା ନିଶିପୂଜା । ନିଶିପୂଜା ସହିତ ଆରମ୍ଭ ହୋଇଥିଲା ସୁଲିଆ ଯାତ୍ରାର ନୀତିକାନ୍ତି । ଏହାପରେ ଖଇରିଗୁଡ଼ା ବଡ଼ଖଳା ଓ କୁମୁରିଆ ସାନଖଳାରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ହେବା ପରେ ପଡ଼ିଛି ବଳି । ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ପାଟବୋଦା ଶୋଭାଯାତ୍ରା ପରେ ବଳି ଦିଆଯାଇଛି । କୋଭିଡ୍ କଟକଣାରେ ନୀତିକାନ୍ତି ସଂପନ୍ନ ହୋଇଛି । ଶାନ୍ତିଶୃଙ୍ଖଳା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି ।