ଅଜଣା ହେଲିକପ୍ଟରକୁ ନେଇ ଆଲୋଡ଼ନ: ଲ୍ୟାଣ୍ଡ କରିବାରେ ବିଫଳ ହେବାରୁ ଫେରିଗଲା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିୟମ ଠାରେ ଅଜଣା ହେଲିକପ୍ଟର ଲ୍ୟାଣ୍ଡ ପାଇଁ କରିଥିଲା ଉଦ୍ୟମ । ପଡ଼ିଆରେ ପିଲାଙ୍କ ଭିଡ଼ ଦେଖି ଅବତରଣ ନକରି ପୁଣି ଫେରିଯାଇଛି ହେଲିକପ୍ଟଟ । ସୂଚନା ଅନୁଯାୟୀ ଦୁଇ ଥର ଲ୍ୟାଣ୍ଡ ପାଇଁ ଉଦ୍ୟମ କରିଥିଲା ହେଲିକପ୍ଟର । ହେଲେ ସଫଳ ହୋଇନଥିଲା। ଭିଡଦେଖି ଫେରିଯାଇଥିଲା । ଏହି ହେଲିକପ୍ଟରଟି ଭାରତୀୟ ବାୟୁସେନାର ବୋଲି ଅନୁମାନ କରାଯାଉଛି ।ଅପରାହ୍ନରେ ସମୟ ପ୍ରାୟ ୪ଟା ୩୦ ସମୟରେ ହେଲିକପ୍ଟରଟି ପ୍ରଥମେ କଲେଜ ପଡ଼ିଆ ଉପରେ ଚକର ମାରିଥିଲା। ପରବର୍ତ୍ତୀ ସମୟରେ ଗଜପତି ଷ୍ଟାଡିୟମକୁ ଆସି ପ୍ରଥମେ ଲ୍ୟାଣ୍ଡ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ପଡ଼ିଆରେ ପିଲାଙ୍କ ଭିଡ଼ ଦେଖି ଫେରିଥଲା । କିଛି ସମୟ ପରେ ପୁଣି ଷ୍ଡାଡିଅମ ଉପରକୁ ଆସି ଭୂମି ଠାରୁ ମାତ୍ର କିଛି ଫୁଟ ତଳକୁ ଆସିଥିଲା । ତେବେ ଏହି ଘଟଣା ନେଇ ସ୍ଥାନୀୟ ପୋଲିସ ନିକଟରେ କୌଣସି ସୂଚନା ନଥିବା କୁହାଯାଇଛି ।

Leave a Reply

Your email address will not be published. Required fields are marked *