ସୁନ୍ଦରପଦା ଦୀପୁ ହତ୍ୟା ମାମଲା: ଆଜିଠୁ ୩ ଅଭିଯୁକ୍ତଙ୍କୁ ୫ ଦିନ ରିମାଣ୍ଡରେ

ଭୁବନେଶ୍ୱର ସୁନ୍ଦରପଦା ନୂଆସାହି ଦୀପୁ ହତ୍ୟା ମାମଲା । ଆଜିଠୁ ୩ ଅଭିଯୁକ୍ତଙ୍କୁ ୫ ଦିନ ରିମାଣ୍ଡରେ ନେଲା ଏୟାରଫିଲ୍ଡ ଥାନା ପୋଲିସ। ୩ ଅଭିଯୁକ୍ତ ବିକି ମାଲିଆ, ଗୁଣ ମଲିଆ ଓ ସୁଜିତ ପଣ୍ଡା।

ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ରିମାଣ୍ଡ ଅନୁମତି ଦେଇଛନ୍ତି। ୭ ଦିନ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିଥିଲା ପୋଲିସ। ୩ ଅଭିଯୁକ୍ତ କୋର୍ଟରେ ଆତ୍ମସମର୍ପଣ କରିଥିଲେ।

ରିମାଣ୍ଡ ସମୟରେ ହତ୍ୟାକାଣ୍ଡ ସଂପର୍କରେ ଗୁଡେଇ ତୁଡେଇ ପଚରାଉଚୁରା କରିବ ଏୟାର ଫିଲ୍ଡ ପୋଲିସ।

Leave a Reply

Your email address will not be published. Required fields are marked *