୧୧ରୁ ରାଜ୍ୟର ଅଧିକାଂଶ ସ୍ଥାନରେ ହେବ ବର୍ଷା,

ଭୁବନେଶ୍ୱର: :-୧୧ରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା। ୧୪ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ। ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍‌ସ ପ୍ରଭାବରେ ବଙ୍ଗୋପସାଗର ମଧ୍ୟରୁ ଉଷ୍ଣ ଜଳୀୟବାଷ୍ପ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ବର୍ଷା ହେବ ବୋଲି କୁହାଯାଇଛି। ୯ ତାରିଖରୁ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହେବ।୧୧ତାରିଖ ବେଳକୁ ବର୍ଷାର ପରିମାଣ ଓ ବିସ୍ତୃତି ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୧୧ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ କୁଆପଥର ମାଡ଼ ସହ ବର୍ଷାର ସମ୍ଭାବନା ରହିଛି। କୁଆପଥର ସହ ବର୍ଷା ପାଇଁ ୧୧ ତାରିଖରେ ୭ଟି ଜିଲ୍ଲା ଓ ୧୨ ତାରିଖରେ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି। ୧୩ ଓ ୧୪ ତାରିଖରେ ମଧ୍ୟ କେତେକ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ବର୍ଷାର ପ୍ରଭାବ କୃଷି କାର୍ଯ୍ୟ ଉପରେ ପଡ଼ିବାର ଆଶଙ୍କା ଥିବାରୁ ଚାଷୀମାନଙ୍କୁ ଅମଳ ଧାନର ସୁରକ୍ଷା ଓ ବିଲକୁ ଧାନ କାଟିଆଣିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *