ଦିଲ୍ଲୀରେ ୨୪ ଘଂଟାରେ ୧୫ ହଜାର ୯୭ ନୂଆ ମାମଲା ଚିହ୍ନଟ,
ଦିଲ୍ଲୀ:-ଦେଶର ଦୁଇ ପ୍ରମୁଖ ସହରରେ କରୋନା ସଂକ୍ରମଣ ଡିଆଁ ମାରୁଛି । ରାଜଧାନୀ ଦିଲ୍ଲୀ ଓ ମାୟାନଗରୀ ମୁମ୍ବାଇରେ ପଜିଟିଭ ମାମଲା ଦ୍ରୁତ ଗତିରେ ବଢୁଛି । ଗତ ୨୪ ଘଂଟାରେ ଦିଲ୍ଲୀରେ ୧୫ ହଜାର ୯୭ ନୂଆ ମାମଲା ଚିହ୍ନଟ ହୋଇଛି । ଏହି ମହାମରୀ ଭୂତାଣୁରେ ଆକ୍ରାନ୍ତ ୬ ଜଣ ଆଜି ଆଖି ବୁଜିଛନ୍ତି । ଦିଲ୍ଲୀରେ ଏବେ ସଂକ୍ରମଣ ହାର ୧୫ ଦଶମିକ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି । ଗତକାଲି ଦିଲ୍ଲୀରେ ୧୦ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଦିଲ୍ଲୀରେ ଏବେ ସକ୍ରିୟ ସଂକ୍ରମିତ ମାମଲା ୩୧ ହଜାର ୪୯୮ ରହିଛି । ସଂକ୍ରମଣ ବଢୁଥିବା ଦେଖି ଦିଲ୍ଲୀ ସରକାର କୋଭିଡ କେୟାର ସେଂଟର ଖୋଲି ଦେଇଛନ୍ତି । ଯେଉଁଠି ଶହେ ଅକ୍ସିଜେନ ଶଯ୍ୟାର ବ୍ୟବସ୍ଥା ରହିଛି । ସେପଟେ ଦେଶର ଅନ୍ୟତମ ପ୍ରମୁଖ ସହ ମାୟନଗରୀ ମୁମ୍ବାଇରେ ରେକର୍ଡ କରିଛି ନୂଆ ସଂକ୍ରମଣ ମାମଲା । ୨୪ ଘଂଟାରେ ୨୦ ହଜାର ୧୮୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୁମ୍ବାଇରେ ଆଜି ୬୮ ହଜାର ନମୂନା ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ ହଜାର ୧୮୧ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି ।