ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ମାଆ-ପୁଅ

ରେଢ଼ାଖୋଲ:-ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ମାଆଙ୍କୁ ବଞ୍ଚାଇବାକୁ ଆସିଥିଲେ ଭିନ୍ନକ୍ଷମ ପୁଅ। ସମ୍ଭବ ହେଲା ନାହିଁ। ଦୁହେଁ ହାତ ଧରାଧରି ହୋଇ ଚାଲିଗଲେ। ଆଜି ଏପରି ହୃଦୟବିଦାରକ ଘଟଣା ରେଢ଼ାଖୋଲ ବ୍ଲକ ଅଞ୍ଚଳରେ ଘଟିଛି।ଆଜି ସନ୍ଧ୍ୟା ବେଳେ ରେଢ଼ାଖୋଲ ବ୍ଲକ ବାରବାଙ୍କ ଗାଁ ଯଶୋଦା ସାହୁ ଟେବୁଲ ଫେନ୍‌ ଚଳାଇବା ପାଇଁ ଉଦ୍ୟମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ବିଦ୍ୟୁତ ଆଘାତ ପାଇବା ପରେ ସେ ଚିତ୍କାର କରିଥିଲେ। ମାଆଙ୍କୁ ବଞ୍ଚାଇବା ପାଇଁ ଭିନ୍ନକ୍ଷମ ପୁଅ ସୁଶାନ୍ତ ସାହୁ ଚାଲି ଆସିଥିଲେ। ଉଭୟ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ପ୍ରାଣ ହରାଇଥିଲେ। ପଡ଼ୋଶୀମାନେ ଏନେଇ ଚାରମାଳ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘରେ ମାଆ ଓ ପୁଅ ରୁହନ୍ତି। ଅନ୍ୟ କୌଣସି ବ୍ୟକ୍ତି ଘରେ ରୁହନ୍ତି ନାହିଁ।

Leave a Reply

Your email address will not be published. Required fields are marked *