’ରାଜ୍ୟର ୧୦ ଜିଲ୍ଲାରେ ପଜିଟିଭିଟି ହାର ୧ ପ୍ରତିଶତରୁ କମ୍ ରହିଛି:

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଏବଂ ଏହାର ମୁକାବିଲା ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସେ କହିଛନ୍ତି,  ବର୍ତ୍ତମାନ ରାଜ୍ୟରେ ୨୮ ହଜାର ୧୫ ମାମଲା ସକ୍ରିୟ ରହିଛି । ଯେଉଁଥିରୁ ୮୦ ପ୍ରତିଶତ ସଂକ୍ରମିତ ସଂଘରୋଧ ହୋଇରହିଛନ୍ତି  । ବର୍ତ୍ତମାନ ୩.୪୯ ପ୍ରତିଶତ ପଜିଟିଭିଟି ରିପୋର୍ଟ ରହିଛି । ପୂର୍ବରୁ ୧୫.୪୭ ପ୍ରତିଶତ ପଜିଟିଭିଟି ହାର ରହୁଥିଲା ତାହା ଏବେ କମିବାରେ ଲାଗିଛି । ୩୦ ଜିଲ୍ଲାରୁ ୧୦ ଜିଲ୍ଲାରେ କୋଭିଡ ପଜିଟିଭିଟି ହାର ୧ ପ୍ରତିଶତରୁ କମ୍ ରହିଛି । ପାଖାପାଖି ୨୪ ଜିଲ୍ଲାରେ ପଜିଟିିଭିଟି ହାର ୫ ପ୍ରତିଶତ ତଳେ ରହିଥିବା ବେଳେ ଆଉ ୬ଟି ଜିଲ୍ଲାରେ ପଜିଟିଭିଟି ହାର ୫ପ୍ରତିଶତରୁ ସାମାନ୍ୟ ଉପରେ ରହିଛି । ସ୍ଥିତି ଆଗକୁ ଆହୁରି ସୁଧୁରିଯିବ ବୋଲି କହିଛନ୍ତି ଶ୍ରୀ ମହାପାତ୍ର ।

ଅପରପକ୍ଷରେ ରାଜ୍ୟରେ କରୋନା ରୋଗୀଙ୍କ ନିମନ୍ତେ ଉପଲବ୍ଧ ବେଡ୍ ସଂଖ୍ୟା ନେଇ ସେ କହିଛନ୍ତି ଯେ, ରାଜ୍ୟରେ ପାଖାପାଖି ୯୦ ପ୍ରତିଶତ ବେଡ୍‌ ଖାଲି ରହିଛି । ଜେନେରାଲ୍ ବେଡ୍‌ରେ ୧୩ ପ୍ରତିଶତ ରୋଗୀ ଚିକିତ୍ସିତ ହେଉଥିବା ବେଳେ ୬୦ ପ୍ରତିଶତ କ୍ରିଟିକାଲ  ବେଡ୍  ଖାଲି ରହିଛି । ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ବହୁତ କମ୍ ରହଛି । ତେବେ ଏହା ସତ୍ତ୍ୱେ ଆମେ ତୃତୀୟ ପ୍ରବାହ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ । ସମ୍ପ୍ରତ ରାଜ୍ୟରେ ୧୪୦ ବ୍ଳାକ୍ ଫଙ୍ଗସ୍ ରୋଗୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେଣି । ଏ ଲାଗି ମଧ୍ୟ ସବୁ ଜିଲ୍ଲା ହସ୍ପିଟାଲ, ବଡ଼ ବଡ଼ ମେଡିକାଲ କଲେଜ ହସ୍ପିଟାଲ ଓ ଘରୋଇ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ୧୫ଶହରୁ ୧୬ଶହ ଭାଏଲ ରହିଛ ।  ଏଥିସହିତ ଶିଶୁମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି ।

Leave a Reply

Your email address will not be published. Required fields are marked *