ରୋଚକ ମୋଡ଼ରେ ସଉତୁଣୀ କଳି,ବଡ଼ ସଉତୁଣୀଙ୍କ ଘରୁ କଳାକନା ବୁଲାଇ ଚମ୍ପଟ ମାରିଲେ,ସ୍ୱାମୀ ଯୁବତୀ ଯୋଗାଇବା ଆଳରେ ଠକୁଥିଲେ

ଭୁବନେଶ୍ୱର:- ରୋଚକ ମୋଡ଼ରେ ପହଞ୍ଚିଛି ଦୁଇ ସଉତୁଣୀଙ୍କ କଳି । ଗତ ୨୧ରେ ସାନ ସଉତୁଣି ସରିତା ପରିଡା ହତ୍ୟା ଅଭିଯୋଗ ଆଣିଥିଲେ ବଡ଼ ସଉତୁଣୀଙ୍କ ନାମରେ । ହେଲେ ଏବେ ଏହି ମାମଲା ଭିନ୍ନମୋଡ଼ ନେଇଛି । ଥାନାରେ ସାନ ସଉତୁଣୀ ସରିତା ପରିଡ଼ା ଅଭିଯୋଗ କରିବା ପରେ ଘରେ ବଡ଼ ସଉତୁଣୀ ନଥିବା ବେଳେ ଘରୁ କଳାକନା ବୁଲାଇ ଚମ୍ପଟ ମାରିଛନ୍ତି । ଏନେଇ ବଡ଼ ସଉତୁଣୀ ଲୋପାମୁଦ୍ରା ବିଶ୍ୱାଳ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ସରିତାକୁ ଖୋଜୁଛି । ସବୁଠୁ ବଡ଼ କଥା ହେଲା ଗତ ୩ମାସ ହେବ ଲୋପାମୁଦ୍ରା ମହିଳା ଥାନା, ଖଣ୍ଡଗିରି ଥାନା ଦୌଡ଼ୁଥିଲେ ମଧ୍ୟ ପୁଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରୁନଥିଲା । ଶେଷରେ ଲୋପାମୁଦ୍ରା ଚାରିଆଡୁ ନିରାଶ ହେବା ପରେ ଓଡ଼ିଶା ନାରୀ ସଚେତନ ମଞ୍ଚ ନିକଟରେ ପହଞ୍ଚିଥିଲେ । ଓଡ଼ିଶାନାରୀ ସଚେତନ ମଞ୍ଚର ମୁଖ୍ୟ ଡଲି ରଥଙ୍କୁ ନେତୃତ୍ୱରେ ଏକାଧିକ ମହିଳା ଡିସିପିଙ୍କ ଭେଟି ଅଭିଯୋଗ କରିଥିଲେ । ଡିସିପିଙ୍କ ନିର୍ଦ୍ଦେଶକ୍ରମେ ଖଣ୍ଡଗିରି ପୁଲିସ ବୁଧବାର ଏକ ମାମଲା ରୁଜୁ କରିଛି ।
ଲୋପାମୁଦ୍ରାଙ୍କ ଅଭିଯୋଗ ଅନୁସାରେ, ୭ବର୍ଷ ହେବ ଲୋପାମୁଦ୍ରା ଡେଲାଙ୍ଗ ଅଞ୍ଚଳର ଶୁଶାନ୍ତ କୁମାର ପାତ୍ରଙ୍କୁ ବିବାହ କରିଥିଲେ । ଇତି ମଧ୍ୟରେ ତାଙ୍କର ଏକ ୨ବର୍ଷର ଝିଅ ଅଛି । କିନ୍ତୁ ଗତ ୩ମାସ ହେବ ଶୁଶାନ୍ତ ସରିତାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିଥିଲେ । ଏନେଇ ଲୋପାମୁଦ୍ରା ତାଙ୍କ ଶାଶୁ ଏବଂ ଶଶୁରଙ୍କୁ ପଚାରିଥିଲେ ମଧ୍ୟ ସେ ଏହାକୁ ମିଛ ବୋଲି କହିଥିଲେ । କିନ୍ତୁ ବୁଝିବା ପରେ ଶୁଶାନ୍ତ ଦ୍ୱିତୀୟ ବିବାହ କରିଥିବା ଜାଣିବାକୁ ପାଇଥିଲେ । ପରେ ଲୋପାମୁଦ୍ରା ସରିତାଙ୍କ ଘରକୁ ଯାଇ ବୁଝିବା ପରେ ସେ ତାଙ୍କ ସ୍ୱାମୀକୁ ବିବାହ କରିଥିବା ସ୍ପଷ୍ଟ ହୋଇଥିଲା । ଗତ ୧୦ ଦିନ ହେବ ସରିତା ତାଙ୍କ ନିକଟକୁ ଆସି କାନ୍ଦିବା ସହ ତାଙ୍କ ଘରେ ରହିଥିଲେ । ଏପରିକି ତାଙ୍କର ସମସ୍ୟା ଅଛି ତେଣୁ ସେ ତାଙ୍କ ସ୍ୱାମୀକୁ ଛାଡ଼ି ଦେବେ ବୋଲି କହିଥିଲେ । ଗତ ୩ଦିନ ତଳେ ଲୋପାମୁଦ୍ରା ତାଙ୍କ ବାପ ଘରେ ଝିଅକୁ ଛାଡ଼ିବାକୁ ଯାଇଥିଲେ । କିନ୍ତୁ ସେ ଘରକୁ ଫେରିବା ପରେ ଦେଖିବାକୁ ପାଇଥିଲେ ଯେ ତାଙ୍କ ଘର କିଛି ସାମଗ୍ରୀ ନାହିଁ । ଘରୁ ଖଟ,ଗଡ୍ରେଜ,ଡ୍ରେସିଂ ଟେବୁଲ, ଅନ୍ୟାନ ଡକ୍ୟୁମେଣ୍ଟ, ଘରେ ଥିବା ୭୨ ହଜାର ଟଙ୍କା ଏବଂ ସୁନା ଗହଣା ଲୁଟି ନେଇ ଚମ୍ପଟ ମାରିଛନ୍ତି । ଏନେଇ ତୁରନ୍ତ ଲୋପାମୁଦ୍ରା ପୁଲିସକୁ ଜଣାଇବା ସହ ଥାନାରେ ଅଭିଯୋଗ କରିଥିଲେ ।
ଲୋପାମୁଦ୍ରା ତାଙ୍କ ସ୍ୱାମୀଙ୍କ ନାମରେ ମଧ୍ୟ ସଂଗୀନ ଅଭିଯୋଗ ଆଣିଛନ୍ତି । ତାଙ୍କ ସ୍ୱାମୀ ଦେହବ୍ୟବସାୟ ଆଳରେ ସାଇବର ଠକେଇ କରୁଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ଲୋକଙ୍କୁ ଝିଅ ଯୋଗାଇବା ଆଳରେ ଅଗ୍ରିମ ଆକାରରେ ଟଙ୍କା ନେଇଥାନ୍ତି । ପରେ ତାଙ୍କର ଓଟିପି ନେଇ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ନିଅନ୍ତି । ତେଣୁ ପୁଲିସ ତତନ୍ତ କଲେ ଏକ ବଡ଼ ସାଇବ ଠକେଇର ପର୍ଦ୍ଦାଫାସ କରିବ ବୋଲି ଲୋପାମୁଦ୍ରା କହିଛନ୍ତି ।

Leave a Reply

Your email address will not be published. Required fields are marked *