ସିବିଆଇର ନୂଆ ନିର୍ଦ୍ଦେଶକ ସୁବୋଧ କୁମାର ଜୟସଓ୍ୱାଲ

ଭୁବନେଶ୍ୱର :-ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ ଆଇପିଏସ ଅଫିସର ସୁବୋଧ କୁମାର ଜୟସଓ୍ୱାଲ । ମଙ୍ଗଳବାର ତାଙ୍କ ନାମରେ ସିବିଆଇର ନୂତନ ନିର୍ଦ୍ଦେଶକ ଭାବେ ମୋହର ବାଜିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ବୈଠକ ସୋମବାର ବସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନ ବିଚାରପତି , ଲୋକସଭାରେ ବିରୋଧୀ ଦଳ ନେତା ଅଧିର ଚୌଦ୍ଧରୀଙ୍କ ଅନୁଷ୍ଠିତ ବୈଠକରେ ସୁବୋଧଙ୍କ ନାମରେ ମୋହର ଲାଗିଥିଲା ।

୧ ୯ ୮ ୫ ମସିହାରେ ବରିଷ୍ଠ ଆଇପିଏସ ଅଧିକାରୀ ସୁବୋଧ ମହାରାଷ୍ଟ୍ର କ୍ୟାଡରର ଅଧିକାରୀ ଅଟନ୍ତି । ସେ ମହାରାଷ୍ଚ୍ର ଡିଜିପି ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ସାରିଛନ୍ତି । ରାଜ୍ୟରେ ଉଦ୍ଧବ ଠାକରେଙ୍କ ସହ ମତଭେଦ ପରେ ସେ ଡେପୁଟେସନରେ ଦିଲ୍ଲୀ ଚାଲିଯାଇଥିଲେ। ମୁମ୍ବାଇ ପୋଲିସ କମିଶନର ହେବା ପୂର୍ବରୁ ସେ କେନ୍ଦ୍ରୀୟ ଡେପୁଟେସନରେ ରହିଥିଲେ । ଏହାସହ ସେ ମହାରାଷ୍ଚ୍ର ଏଟିଏସରେ ସାମିଲ ଥିଲେ । କିଛି ବର୍ଷ ସେ ରରେ ସାମିଲ ହୋଇଥିଲେ ।  ୨୦୦୬ରେ ମୁମ୍ବାଇରେ ଘଟିଥିବା ସିରିଏଲ ବିସ୍ଫୋରଣ ତଦନ୍ତ ମଧ୍ୟ କରିଥିଲେ ସୁବୋଧ ଜୟସଓ୍ୱାଲ।

୧ ୯ ୮ ୫ ସେପ୍ଚେମ୍ବର ୨୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସୁବୋଧ । ସେ ୨୩ ବର୍ଷରେ ହିଁ ଆଇପିଏସ ଅଧିକାରୀ ହୋଇପାରିଥିଲେ । ତାଙ୍କୁଅନେକ ଗୁରୁତ୍ୱପୂର୍ଣ୍ଣ ଅପରେସନ ପାଇଁ ଚୟନ କରାଯାଇଥିଲା । ସେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବାବେଳେ ନିଜର କାର୍ଯ୍ୟ ଦକ୍ଷତା ଦ୍ୱାରା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ଏପରିକି ତାଙ୍କ କାର୍ଯ୍ୟ ଦକ୍ଷତା ପାଇଁ ତାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମଧ୍ୟ ମିଳିଥିଲା । ପରେ ଭାରତ ସରକାର ତାଙ୍କୁ ଅସାଧାରଣ ସୁରକ୍ଷା ପ୍ରମାଣ ପତ୍ରରେ ସମ୍ମାନିତ କରିଥିଲେ ।

Leave a Reply

Your email address will not be published. Required fields are marked *