ଆନନ୍ଦପୁରରେ ଅଘଟଣ: ଗଛ ପଡ଼ି ଜଣେ ମୃତ
ଆନନ୍ଦପୁର: ବାତ୍ୟା ‘ୟାସ୍’ ପୂର୍ବରୁ ଅଘଟଣ । ଆନନ୍ଦପୁର ବ୍ଳକ୍ ପଞ୍ଚୁପଲ୍ଲୀ ଗାଁରେ ଅଘଟଣ । ପ୍ରବଳ ପବନ ଯୋଗୁଁ ଗଛ ପଡ଼ି ଜଣେ ମୃତ । ମୃତ ଜଣଙ୍କ ହେଲେ ପୂର୍ଣ୍ଣଚନ୍ଦ୍ର ନାୟକ । ସୂଚନା ଯୋଗ୍ୟ, ସ୍ଥଳଭାଗ ଆଡ଼କୁ ମୁହାଁଇବାରେ ଲାଗିଛି ବାତ୍ୟା ‘ୟାସ୍’ । ଧାମରା ପାଖରୁ ବର୍ତ୍ତମାନ ବାତ୍ୟାର କେନ୍ଦ୍ରସ୍ଥଳ ୫୦ କିଲୋମିଟର ଦୂରରେ ରହିଥିବା କହିଛନ୍ତି ଜାତୀୟ ପାଣିପାଗ ନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ସେପଟେ ବାତ୍ୟା ଯେତେବେଳେ ସ୍ଥଳ ଭାଗ ଛୁଇଁବ, ଘଣ୍ଟାପ୍ରତି ୧୩୦ ରୁ ୧୪୦ କିଲୋମିଟର ବେଗରେ ପବନର ବେଗ ରହିବା ନେଇ ସୂଚନା ଦେଇଛନ୍ତି ଆଇଏମଡି ନିର୍ଦେଶକ ।ବେ ପ୍ରବଳରୁ ଅତିପ୍ରବଳ ବର୍ଷା ଆରମ୍ଭ ହୋଇଗଲାଣି। ଆଉ କିଛି ସମୟ ଭିତରେ ଏହା ଲ୍ୟାଣ୍ଡଫଲ କରିପାରେ ବାତ୍ୟା ‘ୟାସ୍’। ରାଡାର ତଥ୍ୟ ଅନୁସାରେ ବାତ୍ୟାର କେନ୍ଦ୍ରବିନ୍ଦୁଠାରୁ ଏହା ୪୦୦ କିଲୋମିଟର ବ୍ୟାସ ଅଞ୍ଚଳ ମଧ୍ୟରେ ଯାଏ ଏହାର ପ୍ରଭାବ ରହିବ। ଅର୍ଥାତ୍ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାରେ ଏହାର ପ୍ରଭାବ ଯଥେଷ୍ଟ ରହିବ। ଆସନ୍ତା କିଛି ଘଣ୍ଟା ଭିତରେ ଜଗତସିଂହପୁରରେ ବର୍ଷା ପବନ କମିବା ସମ୍ଭାବନା ରହିଥିବା ବେଳେ ବାଲେଶ୍ଵରରେ ସନ୍ଧ୍ୟା ଯାଏ ପବନ ଲାଗି ରହିବ ବୋଲି ଭାରତ ପାଣିପାଗ ବିଭାଗର ମହା ନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଏବେ ବାଲେଶ୍ଵର ଉପକୂଳରେ ୮୦ କିଲୋମିଟର ବେଗରେ ପବନ ପ୍ରବାହିତ ହେଉଛି। ଯଦିଓ ଏହା ୧୬୫ କିଲୋମମିଟର ପବନ ହେବ ନାହିଁ କିନ୍ତୁ କିଛି ଘଣ୍ଟା ଭିତରେ ଏହି ପବନର ବେଗ ୧୩୦-୧୪୦ କିଲୋମିଟର ହେବା ଆଶଙ୍କା ରହିଛି। ସ୍ଥାନ ବିଶେଷରେ ଏହା ୧୫୦ କିଲୋମିଟରକୁ ଛୁଇଁପରେ ବୋଲି ସ୍ପଷ୍ଟ କରିଛନ୍ତି। ଗତକାଲିର ଆକଳନ ଅନୁସାରେ ଆଜି ପ୍ରାତଃ ସମୟରେ ବାତ୍ୟା ଉପକୂଳ ଛୁଇଁବା ଆଶଙ୍କା ରହିଥିଲା। କିନ୍ତୁ ବାତ୍ୟାର କେନ୍ଦ୍ରସ୍ଥଳରେ ପବନ କମିବା ହେତୁ ତାହା ଧୀର ବେଗରେ ଗତି କରୁଛି। ପୂର୍ବାହ୍ନ ୧୦ଟାରୁ ୧୨ଟା ଭିତରେ ଏହା ଏବେ ସ୍ଥଳଭାଗ ଛୁଇଁବା ଆଶଙ୍କା ରହିଛି। ଆଜି ସକାଳ ୫ଟା ୩୦ ମିନିଟ୍ ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ୨୩ ସେଣ୍ଟି ମିଟର ବର୍ଷା ରେକର୍ଡ଼ କରାଯାଇଛି।