‘ୟାସ’ ପ୍ରସ୍ତୁତି: ଅଗ୍ନିଶମ ଡିଜିଙ୍କ ଜରୁରୀ ବୈଠକ

କଟକ: ଓଡିଶା ଉପକୂଳ ଆଡକୁ ମୁହାଁଉଥିବା ବାତ୍ୟା ‘ୟାସ’ କୁ ଦୃଷ୍ଟିରେ ରଖି ରାଜ୍ୟ ଅଗ୍ନିଶମ ବିଭାଗ ତରଫରୁ ପୁଣି ଥରେ ପ୍ରସ୍ତୁତି ବୈଠକ ହୋଇଛି । ଏହି ଅବସରରେ ଆଜି ଅଗ୍ନିଶମ ଡିଜି ଏମ. ଅକ୍ଷୟ ଭିଡିଓ କନଫରେନ୍ସ ଜରିଆରେ ପ୍ରସ୍ତୁତି ବୈଠକ କରିଛନ୍ତି । କିଭଳି ସମସ୍ତ ଅଞ୍ଚଳରେ ଅଗ୍ନିଶମ ବାହିନୀ ସଜାଗ ରହିଛି ବରିଷ୍ଠ ଅଗ୍ନିଶମ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ବାତ୍ୟା ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲ୍ଲା ଗୁଡିକରେ ୧୯୦ ଉଦ୍ଧାରକାରୀ ଦଳକୁ ମୁତୟନ କରାଯାଇଛି । ପ୍ରତ୍ୟେକ ଦଳରେ ପାୱାର ସ, କମ୍ବି ଟୁଲସ, ଟାୱାର ଲାଇଟ ଏବଂ ଅନନ୍ୟ ଉପକରଣ ଥିବାବେଳେ ପ୍ରତ୍ୟୋକ ଜିଲ୍ଲାରେ ଗୋଟିଏ ଗୋଟିଏ ପ୍ଲଜମା କଟର ମଧ୍ୟ ମହଜୁଦ ରହିଛି । ଏହି ଟିଣ ଗୁଡିକ ବାତ୍ୟା ସମୟରେ ଉପୁଡି ପଡିଥିବା ଗଛ ଗୁଡିକୁ ତକାଟିବା ସହ ରାସ୍ତା ସଫା କରିବାରେ ସହାୟକ ହେବେ ।

ଅନୁଷ୍ଠିତ ବୈଠକରେ ମୁଖ୍ୟତଃ ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ଗୁଡିକ ଚିହ୍ନଟ କରାଯାଇ ସେଇ ସ୍ଥାନ ମାନଙ୍କରରେ ପ୍ରଶାସନର ଆବଶ୍ୟକତା ଅନୁଯାୟୀ ଅଗ୍ନିଶମ ଟିମ ଗୁଡିକୁ ମୁତୟନ କରାଯିବା ନେଇ ଗୁରୁତ୍ୱାରୋପ କରାଯାଇଛି । ଏହା ବ୍ୟତୀୟ ଭିନ୍ନ ଭିନ୍ନ କର୍ମଚାରୀଙ୍କୁ ଉଦ୍ଧାରକାରୀ ଯନ୍ତ୍ରାଶଂ ସହ ପ୍ରସ୍ତୁତ କରିବା, କୋଭିଡ ନିର୍ଦେଶାବଳୀ ମାନିବାକୁ ପରାମର୍ଶ ଦେଇଛନ୍ତି ଅଗ୍ନିଶମ ଡିଜିପି ।

Leave a Reply

Your email address will not be published. Required fields are marked *