ଋଣ ଟଙ୍କା ସୁଝି ନପାରିବାରୁ ସାନ ସଡ଼ୁକୁ ହତ୍ୟା କଲା ବଡ଼ ସଡ଼ୁ

ଦିଗପହଣ୍ଡି: ଭୁଡୁକି ଗାଁରେ ହତ୍ୟାକାଣ୍ଡ । ଟଙ୍କା ପାଇଁ ସଡୁ ସଡୁ ମଧ୍ୟରେ ଗଣ୍ଡଗୋଳ । ଶ୍ବଶୁରଙ୍କ ଶୁଦ୍ଧିକ୍ରିୟା କାର୍ଯ୍ୟରେ ଯୋଗଦେଇ ସାନ ସଡୁକୁ ଛୁରା ମାଡ଼ କରି ହତ୍ୟା କଲା ବଡ଼ ସଡୁ । ସାନଖେମୁଣ୍ଡି ପାଟପୁର ଥାନା ଭୁଡୁକି ଗାଁରେ ଘଟିଛି ଏଭଳି ଘଟଣା । ଅଭିଯୁକ୍ତ ବଡ଼ ସଡୁ ଜଗନ୍ନାଥ ମହାରଣା ଦୁଦୁରପଦର ଗାଁରେ ରହୁଥିଲେ । ମୃତ ଭୁଡୁକିର କୁନା ମହାରଣା ଚାଞ୍ଚଡାପଲ୍ଲୀରେ ରହି ରାଜମିସ୍ତ୍ରୀ କାମ କରୁଥିଲେ । ଶ୍ବଶୁର ଦୀନବନ୍ଧୁ ମହାରଣାଙ୍କ  ଶୁଦ୍ଧିକ୍ରିୟା କାର୍ଯ୍ୟକୁ ଉଭୟ ସଡୁ ଆସିଥିଲେ  । ସେଠାରେ ଗଣ୍ଡଗୋଳ ହୋଇଥିଲା । ଦୁଇ ସଡୁ ଗୋଟିଏ ଗାଁର  । ସାନସଡୁ କୁନାଙ୍କ ବିବାହ ବେଳେ ଗ୍ରୁପ୍ ଲୋନ ଆଣି ୧ଲକ୍ଷ ୮୦ ହଜାର ଟଙ୍କା କରି ବଡ଼ସଡୁ ଜଗନ୍ନାଥ କୁନାଙ୍କୁ ଦେଇଥିଲେ । ଋଣ ଟଙ୍କା ପରିଶୋଧ ପାଇଁ କୁନା ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସେ ଟଙ୍କା ପରିଶୋଧ କରି ନଥିଲେ । ଏଥିରେ ଜଗନ୍ନାଥ ରାଗିଯାଇ ଏକ ଛୁରିରେ କୁନାଙ୍କ ଛାତିକୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।  ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଡାକ୍ତରଖାନା ପଠାଇଥିବା ବେଳେ ଅଭିଯୁକ୍ତ ଜଗନ୍ନାଥଙ୍କୁ ଅଟକ ରଖିଥିବାବେଳେ ରକ୍ତଭିଜା ଛୁରୀ , ବାଇକ ସହ ମୋବାଇଲ ଜବତ କରିଛି ଦିଗପହଣ୍ଡି ପୋଲିସ ।

Leave a Reply

Your email address will not be published. Required fields are marked *