ଅସହ୍ୟ ହେଲା ସ୍ୱାମୀର ଅତ୍ୟାଚାର, ୯ ମାସର ଛୁଆକୁ ଗାଡ଼ି ଆଗକୁ ଫିଙ୍ଗିଦେଲା ମାଆ

ଭଦ୍ରକ: ସହି ପାରିଲେନି ସ୍ୱାମୀର ଅତ୍ୟାଚାର, ଗାଡ଼ି ଆଗକୁ କଅଁଳ ଛୁଆକୁ ଫିଙ୍ଗିଦେଲା ମାଆ । ଏଭଳି ଏଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ବିଳମ୍ବିତ ରାତିରେ ଚାରିଘରିଆ ନିକଟ ମୁଣ୍ଡାସାହି ରାସ୍ତାରେ ଜଣେ ମହିଳା ସ୍ୱାମୀଙ୍କ ସହ ମନୋମାଳିନ୍ୟକୁ ନେଇ ଛୁଆକୁ ଗାଡ଼ି ଆଗକୁ ଫିଙ୍ଗି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ତେବେ ସ୍ଥାନୀୟ ଲୋକଙ୍କ ମାଆ ଓ ଛୁଆଙ୍କ ଜୀବନ ବଞ୍ଚି ଯାଇଛି ।

ମହିଳା ଜଣଙ୍କ ସ୍ୱାମୀ ପ୍ରଥମ ବିବାହ କରିଥିଲେ । ଛୁଆପିଲା ମଧ୍ୟ ଥିଲେ । ପୁଣି ଥରେ ସେ ଆଉ ଏକ ବିବାହ କରି ଦ୍ଵିତୀୟ ସ୍ତ୍ରୀକୁ ଭଡ଼ା ଘରେ ରଖିଥିଲେ । ଦ୍ୱିତୀୟ ସ୍ତ୍ରୀର ଛୁଆ ହେବା ପରେ ଆଉ ପଚାରି ନଥିଲେ । ଏହାକୁ ନେଇ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ମହିଳା ଜଣଙ୍କ ଭାଙ୍ଗି ପଡ଼ି ୯ ମାସର ଛୁଆକୁ ଗାଡ଼ି ଆଗକୁ ଫିଙ୍ଗି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲେକ ଉଦ୍ଧାର କରିଛନ୍ତି ।ଛୁଆକୁ ଗାଡ଼ି ଆଗକୁ ଫିଙ୍ଗିବା ବେଳେ ଟ୍ରକ୍ ଚାଳକ ଗାଡ଼ି ଅଟକାଇ ସ୍ଥାନୀୟ ଲୋକଙ୍କୁ ଡାକିଥିଲେ । ପରେ ମାଆ ଓ ଛୁଆଙ୍କୁ ନେଇ ମେଡିକାଲରେ ଚିକିତ୍ସିତ କରିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ଥାନାକୁ ନେଇ ଆପୋଷ ବୁଝାମଣା ପରେ ଛାଡ଼ିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *