ବ୍ଲାକ ଫଙ୍ଗସ୍‌ ପରେ ହ୍ଵାଇଟ୍‌ ଫଙ୍ଗସ୍‌ର ବିପଦ, ଶରୀରର ଏହି ଅଂଶକୁ କରୁଛି ଆଟାକ୍‌,

ବନୂଆଦିଲ୍ଲୀ :- କରୋନା ଭାଇରସ୍‌ର ଦ୍ଵିତୀୟ ଲହରର ବିପଦ ନଯାଉଣୁ ଲୋକେ ବ୍ଲାକ ଫଙ୍ଗସ୍‌ ସଂକ୍ରମଣର ଶିକାର ହେଉଛନ୍ତି। ଏବେ ପୁଣି ହ୍ଵାଇଟ୍‌ ଫଙ୍ଗସ୍‌ ସାମ୍ନାକୁ ଆସିଛି। ଏହା ଲୋକଙ୍କ ସ୍ଵାସ୍ଥ୍ୟବସ୍ଥା ଉପରେ ଗୁରୁତର ପ୍ରଭାବ ପକାଉଛି। ବିହାରରେ ହ୍ଵାଇଟ୍ ଫଙ୍ଗସ୍‌ର ଚାରୋଟି ସଂକ୍ରମଣ କେସ୍ ସାମ୍ନାକୁ ଆସିଛି। ଚାରି ରୋଗୀଙ୍କୁ ପାଟନା ମେଡିକାଲ କଲେଜ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରିପୋର୍ଟ ଅନୁସାରେ, ସ୍ଵାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ହ୍ଵାଇଟ୍ ଫଙ୍ଗସ୍‌ ବ୍ଲାକ ଫଙ୍ଗସ୍‌ଠୁ ଅଧିକ ମାରାତ୍ମକ। କାରଣ ଏହା ଶରୀରର ଅନ୍ୟ ଭାଗ ଯେମିତି ତ୍ଵଚା, ପେଟ, ମସ୍ତିଷ୍କ, ସମ୍ବେଦନଶୀଳ ଅଙ୍ଗ ଓ ଫୁସଫୁସ୍‌ ବ୍ୟତୀତ ମୁହଁକୁ ମଧ୍ୟ ପ୍ରଭାବିତ କରିପାରେ। କିନ୍ତୁ ଆଶ୍ଵସ୍ତିକର କଥା ଏ ପର୍ଯ୍ୟନ୍ତ ଅନ୍ୟ ରାଜ୍ୟରେ ହ୍ଵାଇଟ୍‌ ଫଙ୍ଗସ୍‌ ବ୍ୟାପିବାର ଯଥେଷ୍ଟ ପ୍ରମାଣ ମିଳିନାହିଁ।

କରୋନା ପରି ହୋଇପାରେ ବିପଦଜ୍ଜନକ

ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଭାଇରସ୍‌ କରୋନା ପରି ମାରାତ୍ମକ ହୋଇପାରେ। ସଂପ୍ରତି ଏହାର ମୃତ୍ୟୁହାରକୁ ନେଇ କୌଣସି ସୂଚନା ନାହିଁ। କାରଣ ଏବେ ମାତ୍ର ଚାରୋଟି ମାମଲା ହସ୍ତଗତ ହୋଇଛି। ହ୍ଵାଇଟ୍ ଫଙ୍ଗସ୍‌ର ରୋଗୀଙ୍କ ମଧ୍ୟରେ କରୋନା ପରି ଲକ୍ଷଣ ଦେଖିବାକୁ ମିଳିଛି। କିନ୍ତୁ ରୋଗୀଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି।

ରୋଗୀଙ୍କୁ କରିବାକୁ ପଡିପାରେ ଏଚଆରସିଟି ସ୍କାନ

ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଫଙ୍ଗଲର ସଂକ୍ରମଣର ଚିହ୍ନଟ ପାଇଁ ଏଚଆରସିଟି ସ୍କାନ କରିବାର ଆବଶ୍ୟକତା  ରହିଛି। ରିପୋର୍ଟ ମୁତାବକ, କରୋନା ଭାଇରସ୍‌ ପରି ବ୍ଲାକ ଫଙ୍ଗସ୍‌ ମଧ୍ୟ କମ ଆଣ୍ଟିବଡି ଲୋକଙ୍କୁ ସଂକ୍ରମିତ କରିପାରେ। ଏପରିକି ପୂର୍ବରୁ କୌଣସି ରୋଗରେ ପୀଡିତ, ମଧୁମେହ ରୋଗୀ କିମ୍ବା ଷ୍ଟେରଓଏଡ ଉପଯୋଗ କରୁଥିବା ଲୋକଙ୍କଠାରେ ସଂକ୍ରମଣର ବିପଦ ଅଧିକ ରହିଛି।

Leave a Reply

Your email address will not be published. Required fields are marked *