ଅପରାଧୀଙ୍କ ପାଇଁ ବ୍ଲକିଂ ହେଉଛି କାଳ, ଯାଞ୍ଚ ବେଳେ ଧରାପଡ଼ିଲେ ୩ଅପରାଧୀ, ବନ୍ଧୁକ, ଗୁଳି ଜବତ

ଭୁବନେଶ୍ୱର :- ଅପରାଧୀଙ୍କ ପାଇଁ ନାଇଟ୍ ବ୍ଲକିଂ କାଳ ସାଜିଛି । ଦିନରେ ଲକ୍‌ଡାଉନ୍ ପାଇଁ ସହରରେ ପୁଲିସର ଗହଳି ରହୁଛି । ତେଣୁ ଅପରାଧୀ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି । କିନ୍ତୁ ରାତିରେ ସେମାନେ ଅପରାଧ ଘଟାଇବା ପାଇଁ ବାହାରକୁ ବାହାରୁଛନ୍ତି । କିନ୍ତୁ ନାଇଟ ବ୍ଲକିଂ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ଏହିଭଳି ମଙ୍ଗଳବାର ରାତିରେ ଇନ୍‌ଫୋସିଟି ଅଞ୍ଚଳରେ ୩ଜଣ ଅପରାଧୀ ବାଇକରେ ଯାଉଥିବା ବେଳେ ବ୍ଲକିଂ ସମୟରେ ଧରାପଡ଼ିଛନ୍ତି । ସେମାନେ ଖସିଯିବା ପାଇଁ ପୁଲିସକୁ ବନ୍ଧୁକ ଦେଖାଇଥିଲେ । କିନ୍ତୁ ଶେଷରେ ତାଙ୍କୁ ପୁଲିସ ଅଧିକାରୀମାନେ କାବୁ କରିବାରେ ସକ୍ଷମ ହୋଇଛନ୍ତି । ୩ଅପରାଧୀଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୪ଗୁଳି ଏବଂ ଦୁଇଟି ବାଇକ ଜବତ କରାଯାଇଛି । ଆହୁରୀ ମଧ୍ୟ ପୁଲିସ କାବୁ କରିଥିବା ଦୁଇ ଜଣ ଅପରାଧୀ ଶିଖରଚଣ୍ଡି ବସ୍ତିର ବୋଲି ଜଣାପଡ଼ିଛି । ୩ଜଣ ଅପରାଧୀଙ୍କ ନାମରେ ଏକାଧିକ ମାମଲା ରାଜଧାନୀର ବିଭିନ୍ନ ଥାନାରେ ରହିଛି । ତେଣୁ ସେମାନେ ଅନ୍ୟ କେଉଁମାମଲାରେ ଜଡ଼ିତ ଅଛନ୍ତି ସେନେଇ ପୁଲିସ ସେମାନଙ୍କୁ ପଚରାଉଚରା କରୁଛି ।

Leave a Reply

Your email address will not be published. Required fields are marked *