ରାଜ୍ୟର ସମସ୍ତ ଜେଲରେ କଏଦୀଙ୍କୁ ଟୀକାକରଣ,୧୧ଶହ କଏଦୀଙ୍କୁ ଡବଲ ଡୋଜ, ୭୨୮ କଏଦୀଙ୍କୁ ସିଙ୍ଗିଲ ଡୋଜ

ଭୁବନେଶ୍ୱର,:-ଦ୍ରୁତ ଗତିରେ ବଢୁଥିବା କୋଭିଡ଼ ସଂକ୍ରମଣକୁ ରୋକି ହେବ ସେଥିଲାଗି ଜେଲ ବିଭାଗ ବିଭିନ୍ନ ବ୍ୟବସ୍ଥା କରୁଛି । ସୁପ୍ରିମ୍‌କୋଟ;ଙ୍କ ନିର୍ଦ୍ଦେଶକ୍ରମେ ୨୨୬ଜଣ କଏଦୀଙ୍କୁ ତୁରନ୍ତ ପାରେଲୋରେ ଛଡ଼ାଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଖୁବ୍ ଶୀଘ୍ର ଅନ୍ୟ କଏଦୀମାନଙ୍କୁ ମଧ୍ୟ ଛଡାଯିବା ପାଇଁ ବ୍ୟବସ୍ଥା କରାଯାଉଛି । ଅନ୍ୟପଟରେ କୋଭିଡ଼ ସଂକ୍ରମଣକୁ ଏଡାଇବା ପାଇଁ ରାଜ୍ୟର ବିଭିନ୍ନ ଜେଲରେ କଏଦୀଙ୍କୁ ଟୀକା ଦିଆଯାଉଛି । ଯେଉଁମାନଙ୍କର ବୟସ ୬୦ବର୍ଷରୁ ଉର୍ଦ୍ଧ୍ୱ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକା ଦିଆଯାଇଛି । ରାଜ୍ୟରେ ୧୧ଶହ ଅନ୍ତେବାସୀଙ୍କୁ ଡବଲ ଡୋଜ ଓ ୭୨୮ ଜଣ କଏଦୀଙ୍କୁ ସିଙ୍ଗିଲ ଡୋଜ ଦିଆଯାଇଛି । କେବଳ କଏଦୀ ନୁହେଁ ସମସ୍ତ ଜେଲର ଷ୍ଟାପ୍‌ଙ୍କଚୁ କୋଭିଡ଼ ଯୋଦ୍ଧା ଭାବେ ଟିକା ଦିଆଯାଇଛି । ଯେଉଁମାନଙ୍କୁ କୋଭିଡ଼ ଲକ୍ଷଣ ଦେଖାଯାଛି ସେମାନଙ୍କୁ ତୁରନ୍ତ କୋଭିଡ଼ ଟେଷ୍ଟ କରାଯାଉଥିବା ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି ।
ଝାରପଡ଼ା ଜେଲରେ କୋଭିଡ଼ ବାହାରିବା ପରେ ଜେଲର ୧୯୫ଜଣ କଏଦୀଙ୍କର କୋଭିଡ଼ ଟେଷ୍ଟ କରାଯାଇଛି । ମଙ୍ଗଳବାର ସକାଳୁ ବିଏମ୍‌ସି ଅଧିକାରୀମାନେ ଝାରପଡ଼ା ଜେଲକୁ ଯାଇ କଏଦୀଙ୍କ କୋଭିଡ଼ ପରୀକ୍ଷା କରିଥିଲେ । ସେମାନଙ୍କ ମଧ୍ୟରୁ ଅନେକଙ୍କୁ କୋଭିଡ଼ ପଜିଟିଭି ରିପୋର୍ଟ ଆସିଥିବା ଜଣାପଡ଼ିଛି । ଏନେଇ ବିଏମ୍‌ସି ପକ୍ଷରୁ କିଛିବି ସ୍ପଷ୍ଟ ଭାବେ କୁହାଯାଇ ନାହିଁ । ଜେଲରେ କିଭଳି କୋଭିଡ଼ ସଂକ୍ରମଣ ରୋକା ଯାଇ ପାରିବ ସେଥିଲାଗି ଯୁର୍ଦ୍ଧକାଳୀନ ଭିର୍ତ୍ତିରେ ସମସ୍ତ ବ୍ୟବସ୍ଥା କରାଯାଉଛି । କେବଳ ଝାରପଡ଼ା ଜେଲ ନୁହେଁ ବିଭିନ୍ନ ଜିଲ୍ଲାରେ ଥିବା ଜେଲରେ ବ୍ୟାପକ ବନ୍ଦୋବସ୍ତ କରାଯାଉଛି । ରାଜ୍ୟରେ ଗଠନ ହୋଇଥିବା ହାଇ ଲେବଲ କମିଟି ଏହାର ରିଭ୍ୟୁ କରୁଛି । କେଉର୍ ଜେଲରେ କେଉଁ କଏଦୀ ପାରେଲୋରେ ଯିବେ ତାହାର ମଧ୍ୟ ତାଲିକା କରାଯାଉଛି ।
ରାଜ୍ୟରେ ୮୭ ଜେଲରେ ଗତ ୧ତାରିଖରେ ୨୦ହଜାର ୪୮୨ କଏଦୀ ଥିବା ବେଳେ ବର୍ତ୍ତମାନ ୧୯ହହଜାର ୭୦୭ କଏଦୀକୁ ହ୍ରାସ ପାଇଛି । ଏପରିକି ପ୍ରତି ଜିଲ୍ଲାରେ ଥିବା ଅଣ୍ଡର ଟ୍ରାଏଲ ରିଭ୍ୟୁ କମିଟ୍ ଜେଲରେ କଏଦୀଙ୍କୁ ସଂଖ୍ୟା ହ୍ରାସ କରିବା ପାଇଁ ନିଷ୍ପତ୍ତି ନେବେ । ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୪୪୯ କଏଦୀଙ୍କୁ ତୁରନ୍ତ ୯୦ ଦିନିଆ ପାରେଲୋରେ ଯିବା ପାଇଁ ଜେଲ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *