ଅନ୍ଲାଇନ୍ରେ ଖାଦ୍ୟ ମଗାଇବା ମହଙ୍ଗା ପଡ଼ିଲା,ସାଇବର ଠକ ଲୁଟିନେଲେ ୬୦ ହଜାର
ଭୁବନେଶ୍ୱର:- ଅନ୍ଲାଇନ୍ରେ ଖାଦ୍ୟ ମଗାଇବା ଜଣେ ମହିଳାଙ୍କ ପାଇଁ ମହଙ୍ଗା ପଡ଼ିଛି । ସାଇବର ଠକ ତାଙ୍କ ଆକାଉଣ୍ଟରୁ ୬୦ ହଜାର କାଟି ନେଇଛନ୍ତି । ଏନେଇ ଠକେଇର ଶିକାର ହୋଇଥିବା ମହିଳା ଗୀତାରାଣୀ ରାଉତ ଏନେଇ ସାଇବର ହେଲ୍ପ ଡେକ୍ସରେ ଅଭିଯୋଗ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଗୀତାରାଣୀ କ୍ୟାପିଟାଲ ଥାନା ଅଞ୍ଚଳରେ ପରିବାର ସହ ରୁହନ୍ତି । ତେଣୁ ସେ ମଙ୍ଗଳବାର ପରିବାର ସଦସ୍ୟଙ୍କ ପାଇଁ ଅନ୍ଲାଇନ୍ରେ ଖାଦ୍ୟ ଅର୍ଡର କରିଥିଲେ । ଏପରିକି ଅର୍ଡର କରିବା ପରେ ଖାଦ୍ୟର ମୂଲ୍ୟ ଆକାରରେ ତାଙ୍କ ଆକାଉଣ୍ଟରୁ ୭ଶହ ଟଙ୍କା କଟି ଯାଇଥିଲା । କିନ୍ତୁ ୧୫ ମିନିଟ ପରେ ମଧ୍ୟ ଖାଦ୍ୟ ଅର୍ଡର ମଧ୍ୟ କଟି ଯାଇଥିଲା । ହେଲେ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିନଥିଲା । ଶେଷରେ ଗୀତାରାଣୀ ଗୁଗଲକୁ ଯାଇ ଉକ୍ତ ଅନ୍ଲାଇନ୍ ସଂସ୍ଥାର ଟୋଲ୍ ଫ୍ରି ନମ୍ବର ସର୍ଚ୍ଚ କରିବା ପରେ ଉକ୍ତ ନମ୍ବରରେ ଫୋନ୍ କରିଥିଲେ । ପୂର୍ବରୁ ଗୁଗଲରେ ଜାଲ ବିଛାଇ ଥିବା ସାଇବର ଠକଙ୍କ ଜାଲରେ ମହିଳା ଜଣଙ୍କ ପଡ଼ିଯାଇଥିଲେ । ସାଇବର ଠକ ତାଙ୍କୁ ଟଙ୍କା ଫେରି ଆସିବା ପାଇଁ ଏକ ଆପ୍ଲିକେସନ୍ ଡାଉନ୍ଲୋଡ୍ କରିବା ପାଇଁ କହିଥିଲେ । ଗୀତାରାଣୀ ତାହା କରିବା ପରେ ତାଙ୍କ ଆକାଉଣ୍ଟରୁ ୬୦ ହଜାର ଟଙ୍କା କଟି ଯାଇଥିଲା ।