ସଟ୍‌ଡାଉନ୍ ରାତି ଅଧରେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଚାଲିଛି ଖୁଲମଖୁଲା ଦେହ ବେପାର

ଭୁବନେଶ୍ୱର:- କୋଭିଡ଼ ସଂକ୍ରମଣ ପାଇଁ ସହରରେ ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ କରାଯାଇଛି । ମାଷ୍ଟରକ୍ୟାଣ୍ଟିନ୍ ଛକରେ ଦେହବ୍ୟବସାୟ ଖୁଲମଖୁଲା ଚାଲୁଥିବାର ଦେଖିବାକୁ ମିଳିଛି । ରାତି ୧୨ଟା ହେବାମାତ୍ରେ ଦେହଜୀବୀ ସେଠାରେ ପସରା ମେଲାଇ ଦେଉଛନ୍ତି । ସହିବାଟରେ ଯାଉଥିବା ଗ୍ରାହକମାନେ ସେମାନଙ୍କ ନିକଟରେ ପହଞ୍ଚି ମୁଲଚାଲ କରୁଛନ୍ତି । ରୁମ୍‌କୁ ଗଲେ ଏହି ଦେହଜୀବୀମାନେ ୨୫ଶହ ନେଉଥିବା ବେଳେ ସେଠାରେ ସମ୍ପର୍କ ରଖିଲେ ୧ ହଜାର ନେଉଛନ୍ତି । ସେହିବାଟ ଦେଇ ପିସିଆର ଭ୍ୟାନ୍ ଯାଉଥିଲେ ମଧ୍ୟ ସବୁ ଦେଖି ନଦେଖିଲା ଭଳି ହେଉଛନ୍ତି । ଏପରିକି ପିସିଆର ଭ୍ୟାନ୍‌ର କର୍ମଚାରୀ ଏହି ଦେହଜୀବୀଙ୍କୁ ଭଲଭାବେ ଚିହ୍ନିଛନ୍ତି । ହେଲେ ନା ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଯାହାଫଳରେ ରାତିରେ ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି ।
କିନ୍ତୁ ଗ୍ରାହକଙ୍କ ସହ ଟଙ୍କା ମୁଲଚାଲକୁ ନେଇ ଶନିବାର ରାତିରେ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଦେହଜୀବୀ ହଙ୍ଗାମା କରୁଥିବା ଦେଖିବାକୁ ମିଳିଛି । ଏପରିକି ରାସ୍ତା ମଝିରେ ଆସି ଦେହଜୀବୀ ଚିତ୍କାର କରିବା ସହ ତାଙ୍କୁ ଘରକୁ ଡାକି ନେଇଥିବା ଗ୍ରାହକଙ୍କୁ ଗାଳିଗୁଲଜ କରୁଥିବା ଏକ ଭିଡ଼ିଓ ଭାଇରାଲ ହୋଇଯାଇଛି । କେତେ ଜଣ ଦେହଜୀବୀ ରାତି ଅଧାରେ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଛିଡ଼ା ହୋଇଛନ୍ତି । ତାଙ୍କ ନିକଟରେ ଏକାଧିକ ଯୁବକ ମଧ୍ୟ ଛିଡା ହୋଇଛନ୍ତି । ଦେହଜୀବୀ ଜଣଙ୍କ କହୁଛନ୍ତି ମା’ ରାଣ ମିଛ କହିବିନି । ଆମ ଦୁଇ ଜଣଙ୍କୁ ଡାକିକି ରୁମକୁ ନେଲା । ରାତିରେ ୨୫ଶହ ଟଙ୍କା ଦେବ ବୋଲି କହିଲା । ହେଲେ ୫ଶହ ଟଙ୍କା ଧରାଇ ଦେଲା । ତାକୁ ମୁଁ ଛାଡ଼ିବି ନାହିଁ ବୋଲି କହି ଦେହଜୀବୀ ଜଣଙ୍କ ହଙ୍ଗାମା କରୁଥିବା ଦେଖିବାକୁ ମିଳୁଛି । ଏହି ପାଟିତୁଣ୍ଡ ସମୟରେ ପିସିଆର ଭ୍ୟାନ୍ ମଧ୍ୟ ସେଠାରେ ପହଞ୍ଚିଲା । ଦୁଇ ଜଣ ଦେହଜୀବୀ ପିସିଆର ଭ୍ୟାନ୍ ନିକଟକୁ ଯାଇ କଣ କଥା ହୋଇଥିଲେ । ପରେ ପିସିଆର ଭ୍ୟାନ୍‌ର କର୍ମଚାରୀ ସେଠାରୁ ପଳାଇ ଯାଇଥିଲା । ଏନେଇ ସ୍ଥାନୀୟ କିଛି ଦୋକାନୀଙ୍କୁ ପଚାରିବାରୁ ଏହି ଦେହଜୀବୀଙ୍କ କାରନାମା ପଦାକୁ ଆସିଛି । ଲକ୍‌ଡାଉନ୍ ଯୋଗୁ ମାଳିସାହିରେ ବେପାର ହେଉନଥିବାରୁ ସେମାନେ ଏବେ ମାଷ୍ଟରକ୍ୟାଣ୍ଟିନ୍ ଛକକୁ ରାତିରେ ପଳାଇ ଆସୁଛନ୍ତି । ସେମାନେ ଗ୍ରାହକଙ୍କ ମୁଲଚାଲ କରି ସେମାନଙ୍କ ସାଥିରେ ରୁମ୍‌କୁ ଯାଉଛନ୍ତି । ନ ହେଲେ ସେଠାରେ ଥିବା ଏକ ଅପରିକ୍ତ ଜାଗାରେ ସମ୍ପର୍କ ରଖୁଛନ୍ତି । ଏସବୁ ପୁଲିସର ଜାଣରେ ହେଉଥିବା ସ୍ଥାନୀୟ କିଛି ଦୋକାନୀ କହିଛନ୍ତି ।

Leave a Reply

Your email address will not be published. Required fields are marked *