ହିଂସା ଉସୁକାଇବା ଅଭିଯୋଗ, ବିଜେପିର ମିଥୁନ ଚକ୍ରବର୍ତ୍ତୀ ଓ ଦିଲୀପ ଘୋଷଙ୍କ ବିରୋଧରେ FIR ରୁଜୁ

କୋଲକାତା:-କୋଲକାତା ପୋଲିସ ତୃଣମୂଳ କର୍ମକର୍ତ୍ତାଙ୍କ ଅଭିଯୋଗ କ୍ରମେ ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଓ ପଶ୍ଚିମବଙ୍ଗ ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ୨ ଦିନ ପୂର୍ବେ ଟିଏମସି କାର୍ଯ୍ୟକର୍ତ୍ତା ମୃତ୍ୟୁଞ୍ଜୟ ପାଲ୍ ଅଭିଯୋଗ କରିଥିଲେ ଯେ, ଦିଲୀପ ଘୋଷ ଓ ମିଥୁନ ଚକ୍ରବର୍ତ୍ତୀ ରାଜ୍ୟରେ ହିଂସା ପ୍ରସାରିତ କରିବା ପାଇଁ ଲୋକଙ୍କୁ ଉସୁକାଇଥିଲେ। ପଲ୍‌ଙ୍କ ଅଭିଯୋଗ କ୍ରମେ ରବିବାର କୋଲକାତା ପୋଲିସ ଦୁଇ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ସହ ମମତା ବାନାର୍ଜୀଙ୍କ ନେତୃତ୍ଵାଧୀନ ଟିଏମସି କ୍ରମାଗତ ତୃତୀୟ ସରକାର ଗଠନ କରିଛନ୍ତି। ମାତ୍ର ଫଳାଫଳ ଆସିବା ପରେ ରାଜ୍ୟରେ ରାଜନୈତିକ ହିଂସା ଘଟିଥିଲା। ବିଜେପି କ୍ରମାଗତ ଦାବି କରିଆସୁଥିଲା ଯେ, ଟିଏମସି କାର୍ଯ୍ୟକର୍ତ୍ତାଙ୍କ ଗୁଣ୍ଡାଗର୍ଦ୍ଦି ଏବଂ ହିଂସାକାଣ୍ଡରେ ବିଜେପିର ଅନେକ କାର୍ଯ୍ୟକର୍ତ୍ତାଙ୍କ ପ୍ରାଣହାନୀ ଘଟିଛି।

ବିଜେପି ଦାବି କରିଛି, ତାର ପ୍ରାୟ ୩୦୦ରୁ ୪୦୦ କାର୍ଯ୍ୟକର୍ତ୍ତାଙ୍କ ଟିଏମସି ଗୁଣ୍ଡା ଆକ୍ରମଣରେ ପ୍ରାଣ ହରାଇଛନ୍ତି। ମାତ୍ର ଏହି ସବୁ ମଧ୍ୟରେ ଟିଏମସି କାର୍ଯ୍ୟକର୍ତ୍ତା ଏହି ହିଂସା ପାଇଁ ବିଜେପିକୁ ଦାୟୀ କରିଛି। ଦଳ ଏଥିପାଇଁ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ ଓ ମିଥୁନ ଚକ୍ରବର୍ତ୍ତୀଙ୍କ ନାଁରେ ଅଭିଯୋଗ କରିଛି।

କୋଲକାତା ପୋଲିସକୁ ଦିଆଯାଇଥିବା ଅଭିଯୋଗରେ କୁହାଯାଇଛି ଯେ, ବିଜେପି କାର୍ଯ୍ୟକର୍ତ୍ତା ଟିଏମସି କାର୍ଯ୍ୟକର୍ତ୍ତାଙ୍କ ଘରକୁ ଜାଳିପୋଡି ଛାରଖାର କରି ଦେଇଛନ୍ତି। ଟିଏମସି କର୍ମୀ ବେଘର ଏବଂ  ଅସହାୟ ହୋଇ ବଲୁଛନ୍ତି। ଏଥିପାଇଁ ବିଜେପି ଦାୟୀ। ପୋଲିସ ଆଇପିସିର ଧାରା ୧୫୩(ଏ), ୫୦୪ ଓ ୫୦୫ ଆଧାରରେ ଦୁଇ ନେତାଙ୍କ ବିରୋଧରେ କେସ୍ ରୁଜୁ କରିଛି।

Leave a Reply

Your email address will not be published. Required fields are marked *