ପ୍ରତାପ ଷଡ଼ଙ୍ଗୀଙ୍କ କାରକୁ ପିଟିଲା ଟ୍ରାକ୍ଟର

ନୀଳଗିରି:-କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସାମାନ୍ୟ ଆହତ ହୋଇଛନ୍ତି।  ବାଲେଶ୍ୱର ନୀଳଗିରି ପୁଡ଼ାଶୁଳ ଛକରେ ଦୁର୍ଘଟଣା ଘଟିଛି । କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ସହ ଏକ ଟ୍ରାକ୍ଟରର ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଓ ତାଙ୍କର ପାଇଲଟ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି ।ନୀଳଗିରି ମେଡିକାଲରେ ଉଭୟଙ୍କ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି । କେନ୍ଦ୍ରମନ୍ତ୍ରୀ ନୀଳଗିରି ବଢ଼େଇପଲା ଅଞ୍ଚଳକୁ ଜଣେ କିଡନୀ ରୋଗୀଙ୍କୁ ସହାୟତା ପାଇଁ ଯାଉଥିବା ବେଳେ ପୋଡ଼ାଶୋଳ ନିକଟରେ ଏକ ଟ୍ରାକ୍ଟର ତାଙ୍କ ଗାଡିକୁ ଧକ୍କା ଦେଇଥିଲା । ଏଥିରେ ମନ୍ତ୍ରୀଙ୍କ ଗାଡ଼ିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି । କେନ୍ଦ୍ରମନ୍ତ୍ରୀଙ୍କ ମୁହଁ, ନାକ, ଓ ବାମ ଗୋଡ଼ରେ ଆଘାତ ଲାଗିଛି । ଟ୍ରାକ୍ଟର ଚାଳକକୁ ନୀଳଗିରି ପୁଲିସ ଅଟକ ରଖି ପଚରା ଉଚରା ଚଳାଇଛି ।

Leave a Reply

Your email address will not be published. Required fields are marked *