୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର: ବଢ଼ଥିବା କରୋନା ସଂକ୍ରମଣ ମାମଲାକୁ ଦେଖି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ନୂଆ ନିର୍ଦ୍ଦେଶନାମା ଜାରି କରିଛି । ନୂଆ ନିର୍ଦ୍ଦେଶନାମା ଆସନ୍ତା ୧୯ ତାରିଖରୁ ଅନ୍ୟାଦେଶ ଯାଏ କାର୍ଯ୍ୟ କରିବ । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ନୂତନ ନିର୍ଦ୍ଦେଶନାମା ଅନୁଯାୟୀ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ୍ ଚାଲିବ ।ଏସଆରସି (SRC) ଓ ଓଏସଡିଏମଏ (OSDMA) ଅଫିସ୍, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ସେବା ଏବଂ ମହାନଗର ନିଗମ କାର୍ଯ୍ୟାଳୟ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ଭୁବନେଶ୍ୱ ଓ କଟକରେ ଥିବା ବିଭାଗୀୟ ମୁଖ୍ୟ ଦପ୍ତରରେ କର୍ମଚାରୀ କାମ କରିବା ନେଇ ରୋଷ୍ଟର ଡ୍ୟୁଟି କରାଯିବ । ଗତ ୨୦୨୦ ଜୁନ୍ ୧୨ରେ ଜାରି ଏସଓପି ଅନୁସାରେ ସମସ୍ତ ନିୟମ ପାଳନ କରାଯିବ ।ଘରୁ କାର୍ଯ୍ୟ କରିବା ଲାଗି ଅଧିକାରୀ ଓ କର୍ମଚାରୀଙ୍କୁ ଭିପିଏନ୍ ଯୋଗାଇ ଦିଆଯିବ । ଡ୍ୟୁଟି ନିର୍ଦ୍ଧାରିତ କରାଯାଇ ନଥିବା କର୍ମଚାରୀ ସବୁବେଳେ କାର୍ଯ୍ୟାଳୟରେ ଯୋଗ ଦେବା ପାଇଁ ପ୍ରସ୍ତୁତ ରହିବେ ।

Leave a Reply

Your email address will not be published. Required fields are marked *