ଜଙ୍ଗଲରୁ ମିଳିଲା ନରକଙ୍କାଳ

ବଲାଙ୍ଗିର:-ଘଞ୍ଚ ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ। ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ପୁଲିସ ନରକଙ୍କାଳ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ଏପରି ଘଟଣା ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ବେଳଡୁଙ୍ଗୁରୀ ଜଙ୍ଗଲରେ ଦେଖିବାକୁ ମିଳିଛି।

ଶୁକ୍ରବାର କନେରସିଂହା ଗାଁର କେତେକ ଲୋକ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ। ସେହି ସମୟରେ ଏକ ଛୋଟ ପଥର ଚଟାଣ ଉପରେ ନରକଙ୍କାଳ ପଡିଥିବା ଦେଖିବାକୁ ପାଇଥିଲେ। ଲୋକମାନେ ଜଙ୍ଗଲରୁ ଫେରି ଘଟଣା ସଂର୍ପକରେ ତୁଷୁରା ଥାନା ପୁଲିସକୁ ଜଣାଇଥିଲେ। ତୁଷୁରା ଥାନାଧିକାରୀ ୟଶୋବନ୍ତ ପ୍ରଧାନୀ ଓ ବଲାଙ୍ଗିର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ଘଟଣାସ୍ଥଳକୁ ଯାଇ ନରକଙ୍କାଳକୁ ଉଦ୍ଧାର କରିଥିଲେ। କଙ୍କାଳ ନିକଟରେ ପ୍ୟାଣ୍ଟ ଓ ସାର୍ଟ ପଡ଼ିଥିଲା। ତଦନ୍ତ ପରେ ମୃତକଙ୍କ ପରିଚୟ ମିଳିଥିଲା।

ମୃତକ ହେଉଛନ୍ତି ଲମ୍ମୋଦର ମହାକୁଡଙ୍କ ୧୮ ବର୍ଷୀୟ ପୁଅ ଗୁଣନିଧି। ଘର ହେଉଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନାଗୁଲ ଗାଁର। ଗତ ଅକ୍ଟୋବରରୁ ସେ ନିଖୋଜ ଥିଲେ। ପ୍ୟାଣ୍ଟସାର୍ଟକୁ ଦେଖି ଗୁଣନିଧିଙ୍କୁ ତାଙ୍କ ବାପା ଚିହ୍ନଟ ଥିଲେ। ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ସେ ସନ୍ଦେହ କରୁଛନ୍ତି।

ସେପଟେ ମୃତଦେହ ନିକଟରେ ଏକ ଗଛରେ ଗାମୁଛା ଝୁଲୁଥିବାରୁ ଗୁଣନିଧି ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।

Leave a Reply

Your email address will not be published. Required fields are marked *