କମାଣ୍ଡରଙ୍କ ନିଷ୍ପତି ନେବାରେ ବିଳମ୍ବ ଯୋଗୁଁ ଘଟିଗଲା ଛତିଶଗଡ଼ ବିଜାପୁରର ନରସଂହାର

ଦିଲ୍ଲୀ:-ଲାଲ୍ ବର୍ବରତାର ଏହି ସବୁ ଛାତିଥରା ଚିତ୍ର, ଯେତେବେଳେ ସାମ୍ନାକୁ ଆସିଥିଲା, ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଲାଲ୍ଗଡ଼ରେ ନଜର ରଖିଥିବା ଯବାନ, ମାଓବାଦୀଙ୍କ ଚକ୍ରବ୍ୟୁହକୁ ଚାଲି ଆସିଥିଲେ । ଆଉ କିଛି ଘଂଣା ଭିତରେ ସାମ୍ନାକୁ ଆସିଥିଲା ନରସିଂହାର ଭୟାନକ ଚିତ୍ର ।

ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଚର୍ଚ୍ଚା ବେଳେ ଅପରେସନ୍ ସମୟର ପୁରା କାହାଣୀ ବୟାନ କହିଛନ୍ତି ଯବାନ । ମାଓବାଦୀଙ୍କ ଆମ୍ବୁସକୁ ଭାଙ୍ଗିବା ସତ୍ୱେ କେମିତି ଯବାନଙ୍କୁ ଘେରି ନରସଂହାର କରିଥିଲା ଲାଲ ବାହିନୀ, ତାହା ଗୃହମନ୍ତ୍ରୀଙ୍କ ସାମ୍ନାରେ ବୟାନ କରିଛନ୍ତି ଯବାନ ।

ଗୃହମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଜଣେ ଯବାନ କହିଛନ୍ତି- କମାଣ୍ଡର ନିଷ୍ପତି ନେବାରେ ବିଳମ୍ବ କରିଦେଲେ । ଏମିତି କି ହେଲିକ୍ୟାପ୍ଟର ଆସିବାରେ ବିଳମ୍ବ ଯବାନଙ୍କୁ ମହଙ୍ଗା ପଡ଼ିଥିଲା । ଯାହା ଫଳରେ ମାଓବାଦୀଙ୍କ ଆମ୍ବୁସ ଭାଙ୍ଗିବା ସତ୍ୱେ ସେମାନେ ବଡ଼ଧରଣର ଅଘଟଣ ଘଟାଇବାରେ ସମର୍ଥ ହୋଇଥିଲେ ।

ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ନୃସଂକାଣ୍ଡ ପରେ ବିଜାପୁର ଯାଇ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଏବଂ ଆହତ ଯବାନଙ୍କୁ ଭେଟି ଥିଲେ ଗୃହମନ୍ତ୍ରୀ ଅମିତ ଶାହା । ଏହି ସମୟରେ ଅପରେସନ୍ ସହ ସଂପୃକ୍ତ ଥିବା ଯବାନଙ୍କ ଆଲୋଚନା କରିଥିଲେ ଗୃହମନ୍ତ୍ରୀ ।

Leave a Reply

Your email address will not be published. Required fields are marked *