ଝାରସୁଗୁଡ଼ାରୁ ପାଟନା ଦୈନିକ ଉଡିବ ବିମାନ

ଝାରସୁଗୁଡ଼ା:- ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସିଧାସଳଖ ପାଟନାକୁ ବିମାନ ଉଡ଼ିବ। ମେ’ ୧ ତାରଖରେ ସ୍ପାଇସ୍‌ ଜେଟ୍‌ ବିମାନ ସେବା ଆରମ୍ଭ କରିବ। ଏନେଇ ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବିମାନଟି ଝାରସୁଗୁଡାରୁ ଗୁହାଆଟୀ ଭାଇ ପାଟନା ଦେଇ ଯିବ। ଏହା Q-400 ଏୟାରକ୍ରାପ୍ଟ। ଏଥିରେ ୭୮ ସିଟ୍‌ ରହିଛି। ବିମାନଟି ଅପରାହ୍ନ ୪ଟା ୨୦ ମିନିଟ୍‌ରେ ଝାରସୁଗୁଡାରେ ଅଵତରଣ କରିବ ଓ ଅପରାହ୍ନ ୪ଟା ୫୦ ମିନିଟ୍‌ରେ ଉଡ଼ାଣ କରିବ। ଏହି ବିମାନ ସେବା ଦୈନିକ ଚାଲିବ ବୋଲି ଜଣାପଡ଼ିଛି।

ଗତ ୨ ତାରିଖରୁ ଝାରସୁଗୁଡ଼ା ଓ ଚେନ୍ନାଇ ମଧ୍ୟରେ ବିମାନ ସେବା ଆରମ୍ଭ ହୋଇଥିଲା। ସ୍ପାଇସ୍‌ଜେଟ୍ ପକ୍ଷରୁ ଏହି ଦୁଇ ସ୍ଥାନ ମଧ୍ୟରେ ସପ୍ତାହକ ୭ ଦିନ ଯାକ ବିମାନ ଚଳାଚଳ କରିବ। ପ୍ରଥମ ଦିନରେ ଚେନ୍ନାଇରୁ ୯୩ ଜଣ ଯାତ୍ରୀଙ୍କୁ ଧରି ବିମାନଟି ଝାରସୁଗୁଡ଼ା ଆସିଥିଲା। ସେହିଦିନ ଅପରାହ୍ନ ୩ଟା ୫୦ମିନିଟ୍‌ରେ ବିମାନଟି ୮୪ଜଣ ଯାତ୍ରୀଙ୍କୁ ଧରି ଚେନ୍ନାଇ ଅଭିମୁଖେ ଯାଇଥିଲା।

ଏହି ବିମାନ ଚଳାଚଳ ଫଳରେ ରାଜ୍ୟର ପଶ୍ଚିମ ଓଡ଼ିଶା ସହ ଦକ୍ଷିଣ ଭାରତର ସିଧାସଳଖ ଯୋଗାଯୋଗ ସମ୍ଭବପର ହୋଇପାରିଛି। ବିଶେଷକରି ଚେନ୍ନାଇରେ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ନିର୍ଭରଶୀଳ ଥିବା ପଶ୍ଚିମ ଓଡ଼ିଶାର ଲୋକଙ୍କୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଯାତ୍ରା କରିବାର ସୁବିଧା ମିଳିବ। ସେମାନଙ୍କୁ ଆଉ ରାୟପୁର କିମ୍ବା ଭୁବନେଶ୍ୱର ବିମାନ ବନ୍ଦର ଉପରେ ନିର୍ଭରଶୀଳ ହେବାକୁ ପଡ଼ିବ ନାହିଁ।

Leave a Reply

Your email address will not be published. Required fields are marked *