ବ୍ୟାଙ୍କ ଟଙ୍କା ହେରଫେର ଚାପରେ ଏଜେଣ୍ଟଙ୍କ ଆତ୍ମହତ୍ୟା !

ଢେଙ୍କାନାଳ:-ଢେଙ୍କାନାଲ ସଦର ଥାନା ଅନ୍ତର୍ଗତ ବୋରାପଦା ଗହମଖୁଣ୍ଟି ରାସ୍ତାରୁ ଜଣେ ବ୍ୟାଙ୍କ ଏଜେଣ୍ଟଙ୍କ ମୃତଦେହ ସଦର ପୁଲିସ  ଉଦ୍ଧାର କରିଛି । ମୃତକ ହେଲେ ସଦର ଥାନା ଅନ୍ତର୍ଗତ ସିମିନଈ ଗ୍ରାମର ବିଭୁତି ଭୂଷଣ ମହାନ୍ତି । ସେ ଢେଙ୍କାନାଳ କୁଞ୍ଜକାନ୍ତ ସ୍ଥିତ କାନାରା ସିଣ୍ଡିକେଟ ବ୍ୟାଙ୍କରେ ଏଜେଣ୍ଟ ଭାବେ କାମ କରନ୍ତି ।

ସେ ବୋରାପଦା ଅଂଚଳରେ ପରିବାର ସହ ରହୁଥିଲେ ।  ଆଜି ରାତିରେ ବୋରାପଦା ଗହାଖୁଣ୍ଟି ରାସ୍ତାରେ ତାଙ୍କ ମୃତଦେହ ପଡିଥିବା କିଛି ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ପାଖରେ ତାଙ୍କର ଏକ ସ୍କୁଟି ପଡିଥିବା ବେଳେ ପାଟିରୁ ଫେଣ ବାହାରୁଥିବା ଦେଖାଯାଇଛି । ପୁଲିସ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ୍ୟୁର ସଠିକ କାରଣ  ଶବ ବ୍ୟବଚ୍ଛେଦ ରିପୋର୍ଟରେ ସୀମିତ ରହିଥିଲେ ମଧ୍ୟ ବ୍ୟାଙ୍କରେ ହେରଫେର କାମ ଯୋଗୁଁ ସେ ମାନସିକ ଚାପରେ ରହିଥିଲେ ବୋଲି ଜଣାପଡିଛି । ଫଳରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *