ପ୍ରଧାନ ଶିକ୍ଷକଙ୍କ ପାଇଁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଜାରି କଲା ନୂଆ ନିର୍ଦ୍ଦେଶ

ଭୁବନେଶ୍ୱର:- ପ୍ରଧାନ ଶିକ୍ଷକମାନେ ଦୈନିକ ଅତିକମ୍‌ରେ ୨ଟି କ୍ଲାସ୍ ନେବେ। ଆଜି ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଏନେଇ ରାଜ୍ୟର ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ତାଗିଦ କରିଛି ବିଭାଗ।ଏଥିରେ ଲେଖାଯାଇଛି, ପ୍ରଧାନ ଶିକ୍ଷକମାନଙ୍କର ଅଭିଜ୍ଞତା ସବୁଠୁ ଅଧିକ। ଏଣୁ ସେମାନେ ପ୍ରତିଦିନ ଅତିକମ୍‌ରେ ୨ଟି କ୍ଲାସ୍ ନେବା ଉଚିତ୍‌। ତା’ସହିତ ଶ୍ରେଣୀରେ ଅନ୍ୟ ଶିକ୍ଷକମାନେ ପାଠ ପଢ଼ାଉଥିବା ବେଳେ ସେମାନେ ତା’ର ତଦାରଖ କରିବା ଉଚିତ୍‌।ସୂଚନାଯୋଗ୍ୟ, କିଛି ସ୍କୁଲକୁ ପ୍ରମୁଖ ସଚିବ ପରିଦର୍ଶନରେ ଯାଇଥିଲା ବେଳେ ତ୍ରୁଟି ଦେଖିଲେ। ପ୍ରଧାନ ଶିକ୍ଷକମାନେ ସେଠାରେ କ୍ଲାସ୍ ନେଉ ନଥିବା ଦେଖିବାକୁ ପାଇଥିଲେ। ପ୍ରଧାନ ଶିକ୍ଷକମାନେ କେବଳ ସ୍କୁଲ ପରିଚାଳନାରେ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସଂଯୋଜନା କରିବାରେ ବ୍ୟସ୍ତ ରହୁଥିବା ଦେଖିବାକୁ ପାଇଥିଲେ। ସେଥିପାଇଁ ବିଭାଗ ପକ୍ଷରୁ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଏଭଳି ଚିଠି ଲେଖାଯାଇଛି।

Leave a Reply

Your email address will not be published. Required fields are marked *