ରାଜ୍ୟ ଯୋଗାଣ ନିଗମ ଅଫିସ ସିଲ୍ କଲା ବିଏମ୍‌ସି

ଭୁବନେଶ୍ୱର:-ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାଜନକ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଆଜି ନୟାପଲ୍ଲୀସ୍ଥିତ ରାଜ୍ୟ ଯୋଗାଣ ନିଗମ ଅଫିସରେ ୬ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବାପରେ ବିଏମସି ପକ୍ଷରୁ ଏହି ଅଫିସକୁ ସିଲ୍ କରିଦିଆଯାଇଛି।ବିଏମସି ପକ୍ଷରୁ କୁହାଯାଇଛି ଯେ, ନିଗମର ସମସ୍ତ କର୍ମଚାରୀଙ୍କର କୋଭିଡ୍ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଅଫିସ ପରିସରକୁ ସାନିଟାଇଜ୍ କରିବା ନିମନ୍ତେ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି। ଆଜି ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କ କୋଭିଡ୍ ପରୀକ୍ଷା ହୋଇଛି ଓ ବିଏମସିର ଜୋନାଲ ଡେପୁଟି କମିଶନର ରବିନାରାୟଣ ଜେଠୀଙ୍କ ନେତୃତ୍ୱରେ ଏକ ଟିମ୍ ସ୍ଥିତି ଉପରେ ନଜର ରଖିଛନ୍ତି। ଏହି ଯୋଗାଣ ନିଗମ ଅଫିସକୁ ଆସନ୍ତା ୪୮ଘଣ୍ଟା ପାଇଁ ସିଲ୍ କରାଯାଇଛି।

Leave a Reply

Your email address will not be published. Required fields are marked *