୭୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆଣି ସମ୍ପର୍କୀୟଙ୍କ ଘର ଆଗରେ ଧାରଣାରେ ବସିଲେ ଯୁବକ

ଭୁବନେଶ୍ୱର:- ସାମନ୍ତ ବିହାରରେ ଜଣେ ବ୍ୟକ୍ତିଙ୍କ ଠାରୁ ୭୫ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ସାମନ୍ତ ବିହାରର ଦିଲ୍ଲୀପ ଚୌଧୁରୀ ୭୫ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ସମ୍ପର୍କୀୟ ଦୀପକ ଚୌଧୁରୀ । ଅଭିଯୋଗ କରି ଦିଲ୍ଲୀପଙ୍କ ଘର ସମ୍ମୁଖରେ ଧାରଣା ଦେଇଥିଲେ ଦୀପକ । ଏହାସହ ଦିଲ୍ଲୀପଙ୍କ ଘର ସମ୍ମୁଖରେ ଏକ ଫ୍ଲେକ୍ସ ଲଗାଇ ଧାରଣାରେ ବସିଥିଲେ ଦୀପକ । ନିଜ ପ୍ରାପ୍ୟ ଫେରାଇବା ଅନୁରୋଧରେ ଶାନ୍ତିପୂର୍ଣ୍ଣ ଧାରଣା ବୋଲି ଲେଖାଥିବା ଏକ ଫ୍ଲେକ୍ସ ଧରି ଧାରଣାରେ ବସିଥିଲେ ଅଭିଯୋଗକାରୀ ।ଏ ବାବଦରେ ସୂଚନା ପାଇବା ପରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଦିଲ୍ଲୀପଙ୍କ ଘରେ ପହଞ୍ଚି ଉଭୟ ପକ୍ଷଙ୍କ ସହ ଆଲୋଚନା କରିବା ପରେ ଠକେଇ ନେଇ ଦୀପକଙ୍କୁ ଲିଖିତ ଭାବେ ଏତଲା ଦେବା ପାଇଁ ବୁଝାସୁଝା କରିଛି । ୨୦୧୪ରେ ଦୀପକଙ୍କ ଠାରୁ ଦିଲ୍ଲୀପ ୭୫ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *