ପିପିଲି ପାଇଁ ୩୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେପି

ଭୁବନେଶ୍ୱର:-ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ଆଜି ତା’ର ୩୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି।ନିର୍ବାଚନ କମିଶନଙ୍କ ପାଖରେ ବିଜେପି ଦାଖଲ କରିଥିବା ଷ୍ଟାର ପ୍ରଚାରକ ତାଲିକାରେ ରାଜ୍ୟ ସଭାପତି ସମୀର ମହାନ୍ତି, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ବରିଷ୍ଠ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଓ ସହପ୍ରଭାରୀ ବିଜୟପାଲ ସିଂ ତୋମର, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବ, ବରିଷ୍ଠ ନେତା ବିଜୟ ମହାପାତ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ସାଂସଦ ବିଶେଶ୍ୱର ଟୁଡ଼ୁ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ବିଧାୟକ ବିଷ୍ଣୁ ଚରଣ ସେଠୀ ଓ ଜୟନାରାୟଣ ମିଶ୍ର, ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, କେଭି ସିଂହଦେଓ, ମନମୋହନ ସାମଲ, ସୁଷମା ପାଢ଼ୀ, ପ୍ରକାଶ ମିଶ୍ର, ମାନସ କୁମାର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ପ୍ରସାଦ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ଅଭିନେତାରୁ ନେତା ହୋଇଥିବା ଶ୍ରୀତମ ଦାସ, ହରିହର ମହାପାତ୍ର, ପିଙ୍କି ପ୍ରଧାନ ଓ ଅନୁ ଚୌଧୁରୀଙ୍କୁ ସାମିଲ କରାଯାଇଛି।ପିପିଲି ପାଇଁ ବିଜେପି ନିଜର ପୁରୁଣା ମୁହଁ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିବାବେଳେ ଆସନ୍ତା ୩ ତାରିଖରୁ ପ୍ରଚାର ଅଭିଯାନକୁ ଜୋରଦାର କରିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *